ଦିଲ୍ଲୀ ବିମାନବନ୍ଦରରେ ପୁଣି ୪୧ ଲକ୍ଷ ଟଙ୍କାର ସୁନା ସହ ଗିରଫ ହେଲେ ଯୁବକ, କଙ୍କଣରେ ଲୁଚାଇ ନେଉଥିଲେ ସୁନା

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରୁ ଏଇ କିଛି ଦିନ ମଧ୍ୟରେ ସୁନା ନେଇ ଯାଉଥିବା ଅନେକ ଯୁବକଙ୍କୁ ପୁଲିସ ଗିରଫ କରି ସାରିଛି । ଏବେ ପୁଣି ଜଣେ ୨୦ବର୍ଷୀୟ ଯୁବକଙ୍କୁ ୪୧ଲକ୍ଷ ଟଙ୍କାର ସୁନା ସହ ପୁଲିସ ଗିରଫ କରିିଛି । ଯୁବକଜଣଙ୍କ ବ୍ୟାଙ୍ଗ୍‌କକ୍‌ରୁ ଦିଲ୍ଲୀ ଆସିଥିବା ବେଳେ ସେଠାରୁ ସେ ଅମୃତସର ଯିବାର ଯୋଜନାରେ ଥିଲେ ବୋଲି ପୁଲିସ ସୂଚନା ଦେଇଛି । ଯୁବକଜଣଙ୍କ ଧରା ନ ପଡ଼ିବା ପାଇଁ ୩ଟି କଙ୍କଣରେ ୪୧ଲକ୍ଷ ଟଙ୍କାର ସୁନା ଲୁଚାଇ ରଖିଥିଲେ । ଏହା ସହ ବିମାନବନ୍ଦରରେ ଲାଗିଥିବା ମସିନ୍‌ରୁ ବଞ୍ଚିବା ପାଇ କଙ୍କଣ ଉପରେ ଚାନ୍ଦିର ପରସ୍ତ ଲଗା ଯାଇଥିଲା ବୋଲି ପୁଲିସ ସୂଚନା ଦେଇଛି ।

Times of India

ସୂଚନା ମୁତାବକ, ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଯୁବକଙ୍କ ଚାଲିଚଳନ ଉପରେ ସନ୍ଦେହ କରାଯାଇ ତାଙ୍କୁ ଅଟକ ରଖାଯାଇଥିଲା । ପରେ ଯୁବକଜଣଙ୍କ ସାଥୀରେ ନେଉଥିବା ବ୍ୟାଗ୍‌ର ଚେକିଂ ହେବା ପରେ ଭିତରୁ ୧.୩ କିଲୋଗ୍ରାମର ସୁନା ମିଳିଥିଲା । ସୁନା ସହ ଧରା ପଡ଼ିବା ପରେ ଏବେ ଯୁବକଙ୍କୁ ଗିରଫ କରାଯାଇ ଅଧିକ ପଚରାଉଚରା କରାଯାଉଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର