ଏହି କାରଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜୀବନରୁ ମାରିବା ପାଇଁ ଧମକ ଦେଉଥିଲେ ଯୁବକ, କିନ୍ତୁ ପରେ……

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସମେତ ଅନେକ ରାଜନେତାମାନଙ୍କୁ ଫୋନ କରି ଧମକ ଦେଉଥିବା ଯୁବକଙ୍କୁ ପୁଲିସ ଗିରଫ କରି ନେଇଥିବା ଜଣା ପଡ଼ିଛି । ଯୁବକଙ୍କ ନାଁ ଅଭିଷେକ ତିଓ୍ଵାରି ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ କେଜ୍ରିଓ୍ଵାଲଙ୍କୁ ଫୋନ କରି ଜୀବନରୁ ମାରିବାର ଧମକ ଦେଉଥିଲେ । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଅଭିଯୁକ୍ତ ଦିଲ୍ଲୀର ରାଷ୍ଟ୍ରୀୟ ରାଜନୈତିକ ଦଳର ମୁଖ୍ୟାଳୟରେ ମଧ୍ୟ ବୋମା ପକାଇବାର ଧମକ ଦେଇ ସାରିଛନ୍ତି ।

Image result for kejriwal
Hindustan Times

ଦିଲ୍ଲୀ ପୁଲିସ କରିଥିବା ଟୁଇଟ୍‌ ଅନୁଯାୟୀ, ଅଭିଯୁକ୍ତ ମୁମ୍ବାଇରେ ପର୍ଣ୍ଣିଚର ଫୋମ୍‌ ଡିଷ୍ଟ୍ରିବ୍ୟଟର ପାଇଁ କାମ କରୁଥିଲେ । ସ୍କୁଲରୁ ତଡ଼ା ଖାଇବା ପରେ ଚାକିରି ମିଳୁ ନଥିଲା । କିଛି ବଡ଼ କରି ଚର୍ଚ୍ଚାକୁ ଆସିବାର ନିଶା ଅଭିଷେକକୁ ଏଭଳି କରିବାକୁ ବାଧ୍ୟ କରିଥିଲା । ଯାହା ପାଇଁ ସେ ସବୁ ବଡ଼ ବଡ଼ ନେତାମାନଙ୍କୁ ଧମକପୂର୍ଣ୍ଣ ମେସେଜ ପଠାଇବା ସହ ଜୀବନରୁ ମାରିବାର ଧମକ ଦେଉଥିଲେ । ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ଧମକ ମିଳିବା ପରେ ପୁଲିସ ହାତରେ ଧରା ପଡ଼ିଥିଲା ଅଭିଷେକ ।

ସମ୍ବନ୍ଧିତ ଖବର