ଫେସବୁକ୍ ଓ ୟୁଟ୍ୟୁବରେ ଅଶ୍ଲୀଳ ପ୍ରାଙ୍କ ଭିଡିଓ ପୋଷ୍ଟ କରି ରୋଜଗାର କରିଥିଲେ ୨ କୋଟି, ଏବେ ଗଲେ ଜେଲ୍

ମୁମ୍ବାଇ: ଅଶ୍ଲୀଳ ପ୍ରାଙ୍କ ଭିଡିଓ ପ୍ରସ୍ତୁତ କରି ଗିରଫ ହୋଇଛନ୍ତି ଦଶମ ପରୀକ୍ଷାରେ ଟପ୍ପର ହୋଇଥିବା ଜଣେ ଯୁବକ। ପାଠପଢ଼ାରେ ଭଲ ଥିଲେ ମଧ୍ୟ  ଅଧିକ ଟଙ୍କା ଆୟ କରିବା ନିଶା ତାଙ୍କୁ ଆଜି ଜେଲକୁ ପଠାଇଛି। ଏ ନେଇ କିଛି ମହିଳା ଅଭିଯୋଗ କରିବା ପ‌ରେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୁଲିସ। ଗିରଫ ଅଭିଯୁକ୍ତ ମୁକେଶ ଗୁପ୍ତା ବୋଲି ଜଣାପଡ଼ିଛି।

Man Arrested For Sex Abuse Under Pretext Of YouTube Pranks In Mumbai
ndtv

ମୁମ୍ବାଇ ପୁଲିସ ପକ୍ଷରୁ କୁହାଯାଇଛି ଯେ, ମୁକେଶ ଗୁପ୍ତା ଫେସବୁକ୍ ଓ ୟୁଟ୍ୟୁବ ପାଇଁ ତିଆରି କରୁଥିବା ଭିଡିଓରେ ଝିଅମାନଙ୍କ ସହ ପ୍ରାଙ୍କ କରିବା ସହ ସେମାନଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରୁଥିଲେ ଏବଂ ଅଶ୍ଲୀଳ କମେଣ୍ଟ ମାରୁଥିଲେ। ଅନେକ ମହିଳା ଏ ନେଇ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ମୁକେଶ ନିଜର ୧୭ଟି ଫେସବୁକ୍ ଓ ୟୁଟ୍ୟୁବ ଚ୍ୟାନେଲରେ ଲକଡାଉନ ସମୟରେ ୩୦୦ଟି ଭିଡିଓ ଅପଲୋଡ କରିଥିଲେ। ଏଭଳି ଭିଡିଓ ଅପଲୋଡ କରି ସେ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆୟ କରିଥିଲେ। ଏବେ ମୁକେଶଙ୍କୁ ଗିରଫ କରାଯିବା ପରେ ସେ ଅପଲୋଡ କରିଥିବା ଭିଡିଓକୁ ହଟାଇବା ପାଇଁ ୟୁଟ୍ୟୁବ ସହ ଯୋଗାଯୋଗ କରାଯାଇଛି।

ସମ୍ବନ୍ଧିତ ଖବର