ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କୁ ଚାପୁଡା ମାରିଥିବା ବ୍ୟକ୍ତିକୁ ପୁଲିସ ଗିରଫ କରିଛି। ଚାପୁଡ଼ା ମାରିଥିବା ବ୍ୟକ୍ତି ଜଣକ ହେଲେ ସୁରେଶ ଚୌହାନ। ତାଙ୍କର ବୟସ ୨୯ ବର୍ଷ। ସେ ଜଣେ ସ୍କ୍ରାପ୍ ଡିଲର। ପୁଲିସ ଏହି ଘଟଣା ସଂପର୍କରେ ଗତକାଲି ସନ୍ଧ୍ୟାରେ ସୁରେଶର ପତ୍ନୀଙ୍କୁ ସୂଚନା ଦେଇଥିଲେ। ସୁରେଶଙ୍କ ପତ୍ନୀ ମମତା କହିଛନ୍ତି ଯେ ତାଙ୍କ ସ୍ୱାମୀ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଣେ ପ୍ରଶଂଦକ। ସେ ମୋଦୀଙ୍କ ବିରୁଦ୍ଧରେ ପଦେ କଥା ବି ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି। ତାଙ୍କ ପରିବାର ଲୋକେ ବି ମୋଦୀଙ୍କୁ ପସନ୍ଦ କରନ୍ତି।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତି ଜଣକ ଆମ ଆଦ୍ମୀ ପାର୍ଟିର ସଦସ୍ୟ ଥିଲେ। ପୁଲିସ ପକ୍ଷରୁ କୁହାଯାଇଛି ଯେ ସୁରେଶ ଚୌହାନ ଆମ୍ ଆଦମୀ ପାର୍ଟିର ରାଲି ଓ ବୈଠକର ଆୟୋଜନ କରୁଥିଲେ।କିନ୍ତୁ ପାର୍ଟିର ନେତାମାନଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆମ ଆଦମୀ ପାର୍ଟିଠାରୁୂ ତାଙ୍କର ମୋହଭଙ୍ଗ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Kejriwal.jpg)