ନୂଆଦିଲ୍ଲୀ : ସାଉଥ୍ ଆଣ୍ଡାମାନ୍ ଆଇଲ୍ୟାଣ୍ଡରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ଯୁବକଙ୍କ ଆଖିରୁ ପାଣି ବଦଳରେ ରକ୍ତ ବାହାରୁଥିବା ଖବର ସ୍ଥାନୀୟ ଲୋକଙ୍କ ସମେତ ଡ଼ାକ୍ତରଙ୍କୁ ମଧ୍ୟରେ ଚିନ୍ତାରେ ପକାଇଛି । ଦିନରେ ଦୁଇଥର ଏପରି ହେବା ପରେ ଯୁବକ ତୁରନ୍ତ ଯାଇ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । କିନ୍ତୁ ଡ଼ାକ୍ତର ମଧ୍ୟ ଯୁବକଙ୍କ ଏପରି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଜାଣିବା ପାଇଁ ଡ଼ାକ୍ତର ଆଖିର ପରୀକ୍ଷା କରିଥିବା ବେଳେ ସବୁ ଠିକ୍ ଥିବା ଜଣା ପଡ଼ିଥିଲା । ସବୁ ଠିକ୍ ଥାଇ ଏପରି କ’ଣ ପାଇଁ ହେଉଛି, ତାହାର କାରଣ ଖୋଜିବାରେ ଲାଗି ପଡ଼ିଛନ୍ତି ଡ଼ାକ୍ତର ।
/sambad/media/post_attachments/wp-content/uploads/2018/12/29_12_2018-man-crying-blood_18799565-300x200.jpg)
ଡ଼ାକ୍ତରଙ୍କ କହିବା ଅନୁଯାୟୀ,ଏଭଳି ସମସ୍ୟାକୁ ହାୟମୋଲୋକ୍ରିୟା କୁହାଯାଉଥିବା ବେଳେ ଭିନ୍ନ ଭିନ୍ନ କାରଣ ପାଇଁ ଏଭଳି ସମସ୍ୟା ଦେଖା ଯାଇଥାଏ । ଅନେକ ପ୍ରକାରର ରୋଗରେ ଏହି ଲକ୍ଷଣ ଦେଖା ଯାଇଥାଏ । କିନ୍ତୁ ସବୁ ପରୀକ୍ଷା କରିବା ପରେ ମଧ୍ୟ ଯୁବକଙ୍କ ଶରୀରରେ ସେଭଳି କୌଣସି ରୋଗ ନ ଥିବା ଜଣା ପଡ଼ିଛି । ତେବେ ଏଭଳି ହେବାର ପ୍ରକୃତ କାରଣ କ’ଣ ତାହାକୁ ଖୋଜିବାରେ ଲାଗି ପଡ଼ିଛନ୍ତି ଡ଼ାକ୍ତର ।