ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ

କାବୁଲ: ଉତ୍ତର ଆଫଗାନିସ୍ତାନରେ ଜଣେ ଆତଙ୍କବାଦୀର ଆତ୍ମଘାତୀ ବିସ୍ଫୋରଣରେ ୨୦ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ତାଲିବାନର ଜଣେ କମାଣ୍ଡର ଅନ୍ତର୍ଭୁକ୍ତ। ସୂଚନା ମୁତାବକ, ଏହି ବିସ୍ଫୋରଣ ଏକ ମସ୍‌ଜିଦ୍‌ ନିକଟରେ ହୋଇଥିଲା। ଏହି ସମୟରେ ସେଠାରେ ଏକ ଶବ ସତ୍କାର କରାଯାଉଥିଲା। ଶବ ସତ୍କାର ବେଳେ କିଛି ଲୋକ ଉପସ୍ଥିତ ଥିବା ବେଳେ ଏଠାରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, କିଛିଦିନ ହେବ ଆଇଏସ୍‌ ଓ ତାଲିବାନୀ ଆତଙ୍କବାଦୀଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଉଭୟପକ୍ଷ ପରସ୍ପରକୁ ଆକ୍ରମଣ କରିବାରେ ଏବେସୁଦ୍ଧା ୧୦୦ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଲେଣି। ତେବେ ଆଜିର ଘଟଣାକୁ ନେଇ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନ ଥିବା ବେଳେ ଏହା ଆଇଏସ୍‌ର କାର୍ଯ୍ୟ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର