ବାପାଙ୍କୁ କବର ଦେବା ପାଇଁ ୬୦ ଲକ୍ଷର ନୂଆ ବିଏମ୍‌ଡବଲ୍ୟୁକୁ ପୁଅ କଲେ କଫିନ୍‌!

ଅବୁଜା (ନାଇଜେରିଆ): ନାଇଜେରିଆରେ ଜନୈକ ବ୍ୟକ୍ତି ତାଙ୍କର ପରଲୋକଗତ ପିତାଙ୍କୁ କବର ଦେବା ପାଇଁ ୬୬,୦୦୦ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୬୦ ଲକ୍ଷ) ବ୍ୟୟ କରି ଏକ ବିଳାସପୂର୍ଣ୍ଣ ବିଏମ୍‌ଡବ୍‌ଲ୍ୟୁ ଗାଡ଼ି କଣି, ତାହାକୁ କଫିନ୍‌ ଭାବେ ବ୍ୟବହାର କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସଂପୃକ୍ତ ନାଇଜେରୀୟ ବ୍ୟକ୍ତି ଜଣଙ୍କର ନାମ ହେଉଛି ଆଜୁବୁଇକେ। ସେ କହିଛନ୍ତି ଯେ ସେ ତାଙ୍କ ପିତାଙ୍କୁ ବଚନ ଦେଇଥିଲେ ଯେ ପରଲୋକ ପରେ ସେ ଏକ ବିଳାସପୂର୍ଣ୍ଣ ଗାଡ଼ିକୁ କଫିନ୍‌ ଭାବେ ବ୍ୟବହାର କରି ସେଥିରେ ତାଙ୍କ ପିତାଙ୍କୁ କବର ଦେବେ ବୋଲି। ସେଥିପାଇଁ ସେ ତାଙ୍କ ପିତାଙ୍କ ପରଲୋକ ପରେ ନିଜ ପ୍ରତିଶ୍ରୁତି ପାଳନ କରିବାକୁ ଯାଇ ଏପରି କରିଛନ୍ତି।
ତେବେ, ଏହି ଘଟଣାର ଫଟୋଚିତ୍ର ସ୍ଥାନୀୟ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରଚାରିତ ଓ ପ୍ରସାରିତ ହେବାପରେ ଆଜୁବୁଇକେଙ୍କ ଏପରି କାର୍ଯ୍ୟକୁ ଅନେକେ ତୀବ୍ର ସମାଲୋଚନା କରିଛନ୍ତି। କେତେକ ତାଙ୍କୁ ସମାଲୋଚନା କରି କହିଛନ୍ତି ଯେ ଆଜୁବୁଇକେ ବରଂ ତାଙ୍କ ପିତା ଜୀବିତ ଥିବା ବଳେ ତାଙ୍କୁ ଏହି ବିଳାସପୂର୍ଣ୍ଣ ଗାଡ଼ି ବ୍ୟବହାର କରିବାକୁ ଦେଇ ବରଂ ପରଲୋକ ପରେ ଏକ ଦାମିକା କାଠ କଫିନ୍‌ରେ କବର ଦେଇଥିଲେ, ତାହା ଆହୁରି ସମ୍ମାନଯୋଗ୍ୟ ହୋଇ ଥାଆନ୍ତା। ସେହିପରି ଅନ୍ୟଜଣେ ତାଙ୍କର ସମାଲୋଚନା କରି କହିଛନ୍ତି ଯେ ଏପରି କରି ସେ କେବଳ ଧନୀ ବୋଲି ଦେଖାଇ ହୋଇଛନ୍ତି ଯାହା!

ସମ୍ବନ୍ଧିତ ଖବର