ସୁପର ମାର୍କେଟରୁ ସବୁ ଲୋକ ଜିନିଷ କରି ବିଲ୍‌ କାଉଣ୍ଟରରେ ପହଞ୍ଚିବା ପରେ ଟଙ୍କା ନେଲା ନାହିଁ ଦୋକାନୀ, କହିଲେ; ସମସ୍ତଙ୍କ ବିଲ୍‌ ଦିଆଯାଇ ସାରିଛି!

ନୂଆଦିଲ୍ଲୀ: ଆମେରିକାରେ ଥିବା ଓ୍ଵାଲମାର୍ଟ ସୁପର ମାର୍କେଟରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଜଣେ ଯୁବକ ନିଜର ପରିଚୟ ନ ଦେଇ ସବୁ ଗ୍ରାହକ କିଣିଥିବା ଜିନିଷ ପାଇଁ ଟଙ୍କା ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯୁବକଜଣଙ୍କ କିଏ ଏବଂ ସେ ଗ୍ରାହକଙ୍କ ପିଛା କେତେ ଟଙ୍କା ଖର୍ଚ୍ଚ କରିଥିଲେ ତାହା ଜଣା ପଡ଼ି ନାହିଁ । ଏ ନେଇ ସୁପର ମାର୍କେଟର କର୍ମଚାରୀମାନଙ୍କୁ ପଚରାଯାଇଥିବା ବେଳେ ସେମାନେ ଯୁବକଙ୍କ ବିଷୟରେ କୌଣସି ସୂଚନା ଦେଇ ନଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଗତ ସପ୍ତାହରେ ଓ୍ଵାଲମାର୍ଟ ସୁପର ମାର୍କେଟକୁ ଜୁଲି ନାମକ ଜଣେ ମହିଳା ଜିନିଷ କିଣି ବିଲ୍‌ କାଉଣ୍ଟର ପାଖରେ ପହଞ୍ଚିବା ପରେ ସେଠାରେ ଠିଆ ହୋଇଥିବା ଯୁବକଜଣଙ୍କ ଆଉ କିଛି କିଣିବେ କି ବୋଲି ପଚାରିଥଲେ । ଜୁଲି ନାଁ କହିବା ପରେ ଜୁଲି କିଣିଥିବା ସମସ୍ତ ଜିନିଷ ପାଇଁ ଯୁବକ ୧୪ହଜାର ଟଙ୍କା ଦେଇଥିଲେ । ଏହା ଦେଖି ଜୁଲି ଆଶ୍ଚର୍ଯ୍ୟ ହେବା ସହ ଏଭଳି କିଏ କରେ ବୋଲି ପ୍ରଶ୍ନ କରିବା ପରେ ଯୁବକ ଜଣଙ୍କ ନିଜ ଆଡ଼କୁ ଇଶାରା କରିଥିଲେ ।

ଖାଲି ଜୁଲି ନୁହନ୍ତି ସେଦିନ ସେହି ସୁପର ମାର୍କେଟକୁ ଆସିଥିବା ସବୁ ଲୋକଙ୍କର ବିଲ୍‌ ଦେଇଥିଲେ ସେଇ ଅଜଣା ଯୁବକ । ଯୁବକଙ୍କ ପରିଚୟ ମିଳି ପାରି ନଥିବା ବେଳେ ଜୁଲି ଯୁବକଙ୍କର ପଛପଟୁ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ସେୟାର କରିବା ସହ ପୁରା କାହାଣୀ ଜଣାଇଥିଲେ ।

ସମ୍ବନ୍ଧିତ ଖବର