ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ରାସାୟନିକ ଆକ୍ରମଣ ହେବ ବୋଲି ଏନ୍ଏସ୍ଜିକୁ ଫୋନ୍ କରି ଚେତାବନୀ ଦେଇଥିବା ବ୍ୟକ୍ତି ଗିରଫ
ନୂଆଦିଲ୍ଲୀ: ନେସ୍ନାଲ୍ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି) କଣ୍ଟ୍ରୋଲ୍ ରୁମ୍କୁ ଫୋନ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରାସାୟନିକ ଆକ୍ରମଣ କରାଯିବ ବୋଲି ଚେତାବନୀ ଦେଇଥିବା ଅଭିଯୋଗରେ ଜଣେ ୨୨ ବର୍ଷିୟ ଯୁବକଙ୍କୁ ମୁମ୍ବାଇରୁ ଗିରଫ କରାଯାଇଥିବା କଥା ସୋମବାର ଦିନ ପୁଲିସ କହିଛି।
ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟକରୁଥିବା କାଶୀନାଥ ମଣ୍ଡଳଙ୍କୁ ଜୁଲାଇ ୨୭ ତାରିଖ ଦିନ ବିଡି ମାର୍ଗ ପୁଲିସ କେନ୍ଦ୍ରୀୟ ମୁମ୍ବାଇରୁ ଗିରଫ କରିଛି।
ଅଧିକାରୀଜଣକ କହିଛନ୍ତି: ନୂଆଦିଲ୍ଲୀରୁ ଏନ୍ଏସ୍ଜି କଣ୍ଟ୍ରୋଲ୍ ରୁମ୍ର ଯୋଗାଯୋଗ ନମ୍ବର ପାଇ ସେ ଶୁକ୍ରବାର ଦିନ ଚେତାବନୀ ଦେଇଥିଲେ କି, ପ୍ରଧାନମନ୍ତ୍ରୀଙ୍କ ଉପରେ ରାସାୟନିକ ଆକ୍ରମଣ କରାଯିବ।
ଏନ୍ଏସ୍ଜି ମୁମ୍ବାଇରୁ ସେ ନମ୍ବର ଟ୍ରାକ୍ କରି କଲ୍ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲା।
ତା’ପରେ ପୁଲିସ ମଣ୍ଡଳଙ୍କୁ ଠାବ କରି ମୁମ୍ବାଇର ସେଣ୍ଟ୍ରାଲ୍ ରେଳବାଇ ଷ୍ଟେସନ୍ରୁ ଗିରଫ କରିଥିଲା। ଓ୍ଵାକେଶ୍ୱର ଅଞ୍ଚଳ ବସ୍ତିରେ ରହୁଥିବା ଝାଡ଼ଖଣ୍ଡ ନିବାସୀ ମଣ୍ଡଳ ରେଳଷ୍ଟେସନ୍ରୁ ସୁରତ ଅଭିମୁଖେ ଯାଉଥିବା ଟ୍ରେନ୍ ଚଢ଼ିବାକୁ ଯାଉଥିଲେ।
ପୁଲିସ ପଚରାଉଚୁରା କରିବା ପରେ ମଣ୍ଡଳ କହିଥିଲେ କି, ନିକଟ ଅତୀତରେ ଝାଡ଼ଖଣ୍ଡରେ ନକ୍ସଲ୍ ଆକ୍ରମଣରେ ତାଙ୍କର ଜଣେ ବନ୍ଧୁ ନିହତ ହୋଇଛନ୍ତି, ସେ ସଂକ୍ରାନ୍ତରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ।
ଗିରଫ ଅଭିଯୁକ୍ତଙ୍କୁ ଅଦାଲତରେ କରାଯିବାରୁ ଅଦାଲତ ତାଙ୍କୁ ରିମାଣ୍ଡରେ ସୋମବାର ଯାଏଁ ପୁଲିସ ହାଜତକୁ ପଠାଇ ଦେଇଛନ୍ତି।
ସୋମବାର ଦିନ ତାଙ୍କୁ ପୁଣି ଅଦାଲତରେ ହାଜର କରାଯିବ।
ମଣ୍ଡଳଙ୍କୁ ଆଇପିସି ଧାରା ୫୦୫ (୧) ଓ (୨) ଏବଂ ୧୮୨ ଆଧାରରେ ଗିରଫ କରାଯାଇଛି।