ନୂଆଦିଲ୍ଲୀ: ନିଜ ପକେଟରେ ଏକ ଜୀବନ୍ତ ଗୁଳି ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଭେଟିବାକୁ ତାଙ୍କ ଆବାସିକ କାର୍ଯ୍ୟାଳୟକୁ ଆସିଥିବା ଜନୈକ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସ୍ ଆଜି ଗିରଫ କରିଛି। କିଛିଦିନ ପୂର୍ବରୁ ଦିଲ୍ଲୀ ସଚିବାଳୟ ମଧ୍ୟରେ ଅନ୍ୟ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଉପରକୁ ଲଙ୍କାଗୁଣ୍ଡ ପକାଇ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିବା ପରେ ଆଜିର ଏହି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।
ଦିଲ୍ଲୀ ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ପୂର୍ବହ୍ନରେ ଜଣେ ମୁସଲମାନ ବ୍ୟକ୍ତି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ସାକ୍ଷାତ କରିବା ପାଇଁ ଆବାସିକ କାର୍ଯ୍ୟାଳୟକୁ ଆସିଥିଲେ। ସଂପୃକ୍ତ ବ୍ୟକ୍ତି ଜଣକ ଓ୍ଵାକଫ୍ ବୋର୍ଡରେ କାର୍ଯ୍ୟ କରନ୍ତି ଏବଂ ସେ ତାଙ୍କର ବେତନ ବୃଦ୍ଧି କରିବାକୁ ଅନୁରୋଧ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଆସିଥିଲେ। ତେବେ, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ନିକଟକୁ ଯିବା ପୂର୍ବରୁ ସୁରକ୍ଷା ଦାୟିତ୍ୱରେ ରହିଥିବା କର୍ମୀମାନେ ଯେତେବେଳେ ତାଙ୍କର ଯାଞ୍ଚ କରିଥିଲେ, ସେତେବେଳେ ତାଙ୍କ ନିକଟରୁ ଏକ ଜୀବନ୍ତ ଗୁଳି ମିଳିଥିଲା। ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଗିରଫ କରି ନେଇଥିଲେ।
Delhi police: A man was arrested under The Arms Act after a live bullet was seized from him during checking when he went to visit CM Kejriwal yesterday morning. He was among the Muslim clerics who had gone to the CM with a request to increase the salary by Waqf Board.
— ANI (@ANI) November 27, 2018
ତେବେ, ଜେରା କାଳରେ ସଂପୃକ୍ତ ବ୍ୟକ୍ତି ଜଣକ ପୁଲିସ୍କୁ କହିଛନ୍ତି ଯେ କିଛିଦିନ ପୂର୍ବରୁ ଏକ ମସଜିଦ୍ରେ ଥିବା ଏକ ଦାନ ବାକ୍ସ ମଧ୍ୟରୁ ସେ ଏଇ ଗୁଳିଟିକୁ ପାଇବା ପରେ ତାକୁ ଆଣି ନିଜ ପର୍ସ ମଧ୍ୟରେ ରଖି ଦେଇଥିଲେ ଓ ପରେ ଏ ଘଟଣା ଭୁଲି ଯାଇଥିଲେ।