ଆନନ୍ଦପୁର: ବୁଧବାର ଭୋର୍‌ ସମୟରେ ଘସିପୁରା ଥାନା ଅଧୀନ ବାରିଗାଁରେ ଜଣେ ବ୍ୟକ୍ତି ତାଙ୍କୁ ପତ୍ନୀଙ୍କୁ କତାରେ ହାଣି ଗୁରୁତର ଆହତ କରିବା ପରେ ବିଷ (କୀଟନାଶକ ଫିମେଣ୍ଟ୍‌) ଖାଇ ଜୀବନ ହାରିଛନ୍ତି।

Advertisment

ଆହତ ପତ୍ନୀ ହେଉଛନ୍ତି ୫୦ ବର୍ଷୀୟ ମଞ୍ଜୁଲତା। ପାରିବାରିକ କଳହକୁ କେନ୍ଦ୍ର କରି ପାହାନ୍ତା ପ୍ରାୟ ୩ଟା ବେଳେ ସ୍ୱାମୀ ନବଘନ ସାହୁ ତାଙ୍କୁ ହାଣି ପକାଇଥିଲେ।

ଚିକିତ୍ସା ପାଇଁ ମଞ୍ଜୁଲତାଙ୍କୁ ପୁଅମାନେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ନେଇଥିଲେ। ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଇ ଦିଆଯାଇଛି।

ଖବର ପାଇ ପୁଲିସ ଅନୁସନ୍ଧାନ ପାଇଁ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚିଥିଲା।

ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଥିଲା। କିନ୍ତୁ, ପରେ ତାଙ୍କୁ କେତେକ ଲୋକେ ଗାଁ’ ନିକଟସ୍ଥ ପଳାଶ ବଣରେ ପଡ଼ିଥିବା ଦେଖିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କର ମୃତ୍ୟୁ ହୋଇ ଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।