ପୋଷ୍ଟମର୍ଟମ କକ୍ଷରେ ଲଗାତାର ମୃତ ମହିଳାଙ୍କ ଫଟୋ ଉଠାଉଥିଲା ଏହି ବ୍ୟକ୍ତି, ଖୋଜୁଛି ପୁଲିସ

ବାଙ୍ଗାଲୋର: କୌଣସି ବ୍ୟକ୍ତିଙ୍କର ଅସ୍ୱାଭାବିକ ମୃତ୍ୟୁ ହେଲେ ତାଙ୍କର ଶବ ବ୍ୟବଛେଦ କରାଯାଇଥାଏ | ଆଉ ମୃତଦେହ ବ୍ୟବଛେଦ ପରେ ଏହାକୁ ମର୍ଗରେ ରଖାଯାଇଥାଏ | ତେବେ ମର୍ଗରେ ରଖାଯାଉଥିବା ମହିଳାଙ୍କର ମୃତଦେହର ଫଟୋ ଉଠାଉଥିବା ଜଣେ ବ୍ୟକ୍ତିଙ୍କୁ ଏବେ କର୍ଣ୍ଣାଟକ ପୁଲିସ ଖୋଜିବା ଆରମ୍ଭ କରିଛି | କର୍ଣ୍ଣାଟକ ପୁଲିସ କହିଛି ଯେ ଅନେକ ମହିଳାଙ୍କ ମୃତଦେହର ଫଟୋ ଉଠାଇଥିବା ଜଣେ ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଛି। ଅଭିଯୁକ୍ତ ଜଣକ ମାଡିକେରୀ ସହରର ଏକ ଡାକ୍ତରଖାନାରେ କାମ କରୁଥିଲେ। ପୁଲିସର ସୂଚନାନୁସାରେ, ମାଡିକେରି ଜିଲ୍ଲା ଡାକ୍ତରଖାନାରେ ପିଅନ ଭାବରେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ସୟଦ ଶବ ବ୍ୟବଚ୍ଛେଦ ପରେ ମର୍ଗକୁ ଯାଇ ମହିଳାମାନଙ୍କର ଫଟୋ ଉଠାଉଥିଲେ |

ସେ କୋଭିଡ ୱାରିଅର୍ ଭାବରେ ଡାକ୍ତରଖାନାରେ ଯୋଗ ଦେଇଥିଲେ। ଶବ ବ୍ୟବଚ୍ଛେଦ ଗୃହରେ ଫଟୋ ଉଠାଇବା ବିରୋଧରେ ଏକ ହିନ୍ଦୁ ସଂଗଠନ ଅଭିଯୋଗ ଆଣିବା ପରେ ପୁଲିସ ମାମଲା ରୁଜୁ କରିଥିଲା | ଆଉ ଏବାବଦରେ ଜାଣିବା ପରେ ଅଭିଯୁକ୍ତ ସୟଦ ଏବେ ଫେରାର ହୋଇଯାଇଛି | କେବଳ ଏତିକି ନୁହେଁ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ଇସ୍ତଫା ପତ୍ର ମଧ୍ୟ ଦାଖଲ କରି କୁଆଡେ ଚାଲିଯାଇଛି । ତେବେ ଏହି ଯୁବକ ଜଣକ ଫଟୋ ଉଠାଇ କଣ କରୁଥିଲେ ବୋଲି ଜଣାପଡ଼ିନଥିବାବେଳେ ସେ ଜଣେ ମାନସିକ ରୋଗୀ ବା ସାଇକୋ ବୋଲି କୁହାଯାଉଛି | ଏବେ ପୁଲିସ ସୟଦକୁ ଧରିବାକୁ ଛାନଭିନ ଚଳାଇଛି |

ସମ୍ବନ୍ଧିତ ଖବର