ମୋବାଇଲ୍ ଟାଓ୍ଵାର ଉପରେ ଚଢି ଯୁବକ ଚିଲ୍ଲାଇଲା– ବସନ୍ତୀ କୋ ବୁଲାଓ…

ଭୋପାଳ: ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ଚାନ୍ଦଲାରେ ଶନିବାର ଅପରାହ୍ନ ପାଖାପାଖି ୨ଟାରେ ଜଣେ ଯୁବକ ମୋବାଇଲ୍ ଟାଓ୍ଵାର୍ ଉପରେ ଚଢି ଯାଇଥିଲା। ଏହାପରେ ସେ ଜୋରରେ ପାଟିକରି ବସନ୍ତୀ କୋ ବୁଲାଓ (ବାସନ୍ତୀକୁ ଡାକିଆଣ)…. ବସନ୍ତୀ କୋ ବୁଲାଓ….କହୁଥିଲା। ଏହା ଶୁଣି ଆଖପାଖର ଲୋକମାନେ ସେହି ସ୍ଥାନକୁ ପହଞ୍ଚିଯାଇଥିଲେ।

ଏହାପରେ ଘଟଣା ବିଷୟରେ ସୂଚନା ମିଳିବା ପରେ ଚାନ୍ଦଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। କିଛି ଘଣ୍ଟା ପରିଶ୍ରମ କରିବା ପରେ ଯାଇ ପୁଲିସ୍ ଯୁବକକୁ ଟାଓ୍ଵାରରୁ ତଳକୁ ଓହ୍ଲାଇବାକୁ ସମର୍ଥ ହୋଇଥିଲା। ସେ ବାରମ୍ବାର ବାସନ୍ତୀକୁ ଡାକିଆଣ ବୋଲି କହୁଥିଲା।

ଚାନ୍ଦଲା ଥାନା ଅଧିକାରୀଙ୍କ ଅନୁସାରେ, ଯୁବକ ନିଶାଦ୍ରବ୍ୟ ସେବନ କରୁଥିବା ପ୍ରବୃତ୍ତିର। ସେ ସବୁବେଳେ ନିଶାରେ ଥାଏ। ଏହାପୂର୍ବରୁ ବି ଯୁବକ ଏଭଳି କାରନାମା କରିଛି। ସୂଚନା ଅନୁସାରେ, ଯୁବକର ଅନ୍ୟ କାହା ସହିତ ଟଙ୍କା ନେବା ଦେବାକୁ ନେଇ ବିବାଦ ଥିଲା। ଏହାକୁ ନେଇ ସେ ନିରାଶ ହୋଇ ଟାଓ୍ଵାର ଉପରେ ଚଢି ଯାଇଥିଲା।

ସମ୍ବନ୍ଧିତ ଖବର