ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିଧାନସଭା ଭବନ ବାହାରେ ଜଣେ ବ୍ୟକ୍ତି ଆତ୍ମଦାହ ଉଦ୍ୟମ କରିଛନ୍ତି। ଏହା ଫଳରେ ସେ ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଛନ୍ତି। ଏହି ବ୍ୟକ୍ତିଙ୍କୁ ପୁଲିସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତିଙ୍କ ନାମ ମୁନ୍ନା ବିଶ୍ୱକର୍ମା ବୋଲି ଜଣାପଡ଼ିଛି। ତାଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।
ପୁଲିସ ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟା ୧୫ ମିନିଟରେ ହଜରତଗଞ୍ଜ ଥାନା ଅନ୍ତର୍ଗତ ବିଧାନ ସଭା ରୋଡ୍ ରେ ମୁନ୍ନା ବିଶ୍ୱକର୍ମା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଆତ୍ମଦାହ ନିରୋଧୀ ସ୍କ୍ବାଡ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଥିବା ସ୍ପଷ୍ଟ ହୋଇଛି। ତାଙ୍କ ଅବସ୍ଥା ସ୍ଥିର ରହିଛି ।
ଟଙ୍କା କାରବାରକୁ ନେଇ ବେଙ୍ଗଲ ଟେଣ୍ଟ ହାଉସର ରଞ୍ଜିତ ଚକ୍ରବର୍ତ୍ତୀଙ୍କ ସହ ବିଶ୍ୱକର୍ମାଙ୍କ ବିବାଦ ହୋଇଥିଲା, ଯେଉଁଥିପାଇଁ ସେ ଏହି ତରମ ପଦକ୍ଷେପ ନେଇଥିଲେ। ଏହି ଅଭିଯୋଗ ମିଳିବା ପରେ ରଞ୍ଜିତଙ୍କୁ ଅଟକ ରଖାଯାଇଛି। ଆଲାମବାଗ ଥାନା ପକ୍ଷରୁ ତଦନ୍ତ ଓ ଆଇନଗତ ପ୍ରକ୍ରିୟା ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/ZUP6XAjao8h7P8rBhN1N.jpg)