ହାଇଦ୍ରାବାଦ୍ : ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଭୟରେ ଆତ୍ମହତ୍ୟା କରିଦେଇଛନ୍ତି। କନ୍ଦ୍ରିଗା ଗ୍ରାମରେ କେ ବାଲ୍କ୍ରିଷ୍ଣା ନାମକ ଜଣେ ବ୍ୟକ୍ତିଙ୍କର ସାଧାରଣ ଥଣ୍ଡା ଏବଂ ଜ୍ବର ହୋଇଥିଲା। ଗତ ୧ ତାରିଖରୁ ତାଙ୍କୁ ଜ୍ବର ହୋଇଥିଲେ ମଧ୍ୟ କମିଲାନି। ଡାକ୍ତର ତାଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ତେବେ ବାଲ୍କ୍ରିଷ୍ଣା ନିଜେ କରୋନା ଭାଇରସ୍ ଆକ୍ରାନ୍ତ ହୋଇଥିବା ସନ୍ଦେହ କରିଥିଲେ ଏବଂ କାଳେ ଭାଇରସ୍ ତାଙ୍କ ଶରୀରରୁ ପରିବାରର ଅନ୍ୟ କାହା ଡେଇଁବ ସେହି ଭୟରେ ସେ ଆତ୍ମହତ୍ୟା କରିଦେଇଛନ୍ତି। ବାଲ୍କ୍ରିଷ୍ଣାଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ସେ ଗତକାଲି ସକାଳେ ଘର ଛାଡ଼ିଥିଲେ ଏବଂ ପରେ ଗ୍ରାମର ମଶାଣିରେ ଏକ ଗଛରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
କରୋନା ଭୂତାଣୁ ସଂକ୍ରମଣ ଭୟରେ ଆତ୍ମହତ୍ୟା
/sambad/media/post_attachments/wp-content/uploads/2019/05/suicide-2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)