ଯୁବକଙ୍କ ମୂତ୍ରାଶୟରୁ ବାହାରିଲା ହେଡ୍‌ଫୋନ୍‌ କେବଲ୍‌; ଡାକ୍ତର କହିଲେ ବିସ୍ମୟକର କଥା

ଗୌହ୍ବାଟୀ: ପୂର୍ବରୁ ଅନେକ ଲୋକଙ୍କ ପେଟରୁ ଅସ୍ତ୍ରୋପଚାର କରି ଅନେକ ଜିନିଷ କଢ଼ାଯାଇଛି। ମାତ୍ର ନିକଟରେ ଆସାମର ଜଣେ ବ୍ୟକ୍ତିଙ୍କ ପେଟରୁ ଯାହା ବାହାରିଛି, ତାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଜାଣିବାକୁ ମିଳିଛି ଯେ ଜଣେ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରିବା ସମୟରେ ଡାକ୍ତରମାନେ ତାଙ୍କ ମୂତ୍ରାଶୟରୁ ଏକ ହେଡ୍‌ଫୋନ୍‌ କେବଲ୍‌ କାଢ଼ିଛନ୍ତି।

୩୦ ବର୍ଷିଅ ଏହି ଯୁବକ ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନା ଯାଇଥିଲେ। ଡାକ୍ତରମାନେ ଚିକିତ୍ସା କରି ତାଙ୍କ ମୂତ୍ରାଶୟରେ ଏପରି ଏକ ଅଦ୍ଭୂତ ଜିନିଷ ଥିବା କଥା ଜଣାଇଥିଲେ। ତା’ପରେ ତାଙ୍କ ସେଠାରୁ ୨ ଫୁଟ୍‌ ଲମ୍ବର ଏକ ମୋବାଇଲ୍‌ କେବଲ୍‌ କଢ଼ା ଯାଇଥିଲା।

The Sun

ଡାକ୍ତରଙ୍କ କହିବା ଅନୁସାରେ, ଯୁବକ ଜଣକ ଡାକ୍ତରଖାନା ଆସି ସେ ଏକ ହେଡ୍‌ଫୋନ୍‌ ଚାର୍ଜର ଗିଳି ଦେଇଥିବା କଥା କହିଥିଲେ। ଡାକ୍ତରମାନେ ତାଙ୍କର ମଳ ପରୀକ୍ଷା କରିବା ସହ ଏଣ୍ଡୋସ୍ପୋପି ବି କରିଥିଲେ। ମାତ୍ର କେବଲ୍‌ଟି ଦେଖିବାକୁ ମିଳି ନଥିଲା। ଆଶ୍ଚର୍ଯ୍ୟର କଥା ହେଉଛି କେବଲ୍‌ଟି ଯୁବକଙ୍କ ମୁତ୍ରାଶୟ ଭିତରେ ଦେଖିବାକୁ ମିଳିଥିଲା। କେବଲ୍‌ଟିକୁ ଯୁବକଙ୍କ ମୂତ୍ରାଶୟରୁ କଢ଼ାଯାଇଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ସୁଧୁରୁଛି।

ଯୁବକ ଜଣକ କେବଲ୍‌ ଗିଳି ଦେଇଥିବା କଥା କହିଥିଲେ ବି ଡାକ୍ତରମାନେ କିନ୍ତୁ ତାହାକୁ ଅସ୍ବୀକାର କରିଛନ୍ତି। ଡାକ୍ତରମାନଙ୍କ କହିବା କଥା ହେଲା ଯୁବକ ଜଣକ ତାଙ୍କ ଗୁପ୍ତ‌ାଙ୍ଗ ପଟେ କେବଲ୍‌ ପୂରାଇଛନ୍ତି। ଏଭଳି ଘଟଣା ପୂର୍ବରୁ କେବ‌େ ଘଟିନଥିଲା ବୋଲି ଡାକ୍ତରମାନେ କହିଛନ୍ତି।

ସମ୍ବନ୍ଧିତ ଖବର