ନୂଆଦିଲ୍ଲୀ: କେରଳର କୋଚିରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ଫୁସଫୁସରୁ ଅସରପା ବାହାରିଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ତେବେ ଉକ୍ତ ବ୍ୟକ୍ତିଙ୍କ ଫୁସଫୁସର ଡାକ୍ତର ସଫଳ ଅସ୍ତ୍ରୋପଚାର କରି ଅସରପାକୁ ବାହାର କରିଥିଲେ। ଏହି ଅସରପାର ଲମ୍ବା ୪ ସେମି ଥିବା କୁହାଯାଉଛି।
କୋଚିର ଅମୃତା ହସ୍ପିଟାଲର ଡାକ୍ତର ଟିଙ୍କୁ ଜୋସେଫ୍ ଓ ଇଣ୍ଟରଭେସନାଲ ପଲମୋନୋଲୋଜୀର ଏକ ଟିମଙ୍କ କହିବାନୁସାରେ, କିଛିଦିନ ହେବ ଜଣେ ବ୍ୟକ୍ତିଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେଉଥିଲା। ସେ ଭାବିଥିଲେ ବୋଧେ ହୁଏ ଗ୍ୟାସ ହୋଇ ଯାଇଥିବାରୁ ଏପରି ହେଉଛି। ଯେତେ ଔଷଧ ଖାଇଥିଲେ ବି ଏ ଯନ୍ତ୍ରଣା କମି ନଥିଲା। ତେଣୁ ବ୍ୟକ୍ତି ଜଣକ ହସ୍ପିଟାଲ ଆସିଥିଲେ।
ଆମେ ତାଙ୍କର ଏକ୍ସ-ରେ କରିଥିଲୁ। ଏହି ରିପୋର୍ଟରେ ଯାହା ସୂଚିତ ହେଲା ତାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। କାରଣ ଉକ୍ତ ବ୍ୟକ୍ତିଙ୍କ ଫୁସ୍ଫୁସ୍ରେ ଏକ ଅସରପା ଥିଲା। ଯେଉଁଥିପାଇଁ ତାଙ୍କୁ ନିଶ୍ୱାସ ନେବାରେ ଅସହଜ ମନେ ହେଉଥିଲା। ତେଣୁ ଆମେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର ପାଇଁ ସ୍ଥିର କରିଥିଲୁ।
ଫେବ୍ରୁଆରି ୨୨ରେ ଆମେ ଉକ୍ତ ବ୍ୟକ୍ତିଙ୍କ ଆଠଘଣ୍ଟା ଅସ୍ତ୍ରୋପଚାର କରି ଫୁସ୍ଫୁସ୍ ଭିତରୁ ସଫଳତାର ସହ ଅସରପାଟିକୁ ବାହାର କରିଥିଲୁ। ତେବେ ଅସରପା ଫୁସଫୁସ ଭିତରକୁ କେମିତି ଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।