ଅସରପାକୁ ଭଲ ପାଇ ବସିଲେ ଜାପାନୀ ଯୁବକ, ପ୍ରଥମ ପ୍ରେମ ହୋଇଥିବାରୁ ଅସରପାଟି ମୃତ୍ୟୁବରଣ କରିବା ପରେ ପାଖରେ ରଖିବା ପାଇଁ କଲେ ଏଭଳି କାମ

ନୂଆଦିଲ୍ଲୀ : ଜାପାନର ୟୁମା ନାମକ ଜଣେ ଯୁବକ ଏକ ଅସରପାକୁ ଭଲ ପାଇ ବସିଥିବା କଥା କହିଛନ୍ତି । ଅସରପାର ନାଁ ଲିସା ହୋଇଥିବା ବେଳେ ୟୁମାଙ୍କର ସେ ପ୍ରଥମ ପ୍ରେମ ଥିଲେ । ୟୁମାଙ୍କ କହିବା ଅନୁଯାୟୀ, କୌଣସି ଯୁବତୀଙ୍କଠାରୁ ଲିସା କମ୍‌ ନ ଥିଲେ । ସେ ମୋତେ ବାକି ଯୁବତୀମାନଙ୍କଠାରୁ ଅଧିକ ସୁନ୍ଦର ଏବଂ ହଟ୍‌ ଲାଗନ୍ତି । ମୁଁ ତାଙ୍କୁ ବର୍ଷେ ପର୍ଯ୍ୟନ୍ତ ଡେଟ୍‌ କରୁଥିଲି ଏବଂ ଆମ ଦୁହିଁଙ୍କ ମଧ୍ୟ ସବୁ ସଂପର୍କ ରହିଥିଲା । ଲିସା ମୋର ପ୍ରଥମ ପ୍ରେମ ଥିବାରୁ ତାଙ୍କ ସହ ମୋର ଥିବା ସଂପର୍କ ଗଭୀର ଥିଲା । କିନ୍ତୁ ବର୍ଷେ ସାଥୀରେ ରହିବା ପରେ ଲିସା ମୃତ୍ୟୁବରଣ କରିଥିଲେ । ଲିସାଙ୍କ ମୃତ୍ୟୁ ପରେ ତାଙ୍କୁ ନିଜ ପାଖରେ ରଖିବା ପାଇଁ ମୁଁ ତାଙ୍କୁ ଖାଇ ଦେଇଥିଲି । ଏବେ ସେ ମୋ ହୃଦୟରେ ମୋ ଶରୀରର ଏକ ଅଙ୍ଗ ହୋଇ ରହିଛନ୍ତି ବୋଲି କହିଛନ୍ତି ୟୁମା । ୟୁମାଙ୍କ ଏଭଳି କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।

ସୂଚନା ମୁତାବକ, ୟୁମା ଜଣେ ୟଣ୍ଟୋମୋଫାଜିଷ୍ଟ ହୋଇଥିବା ବେଳେ କୀଟପତଙ୍ଗମାନଙ୍କୁ ମଧ୍ୟ ଖାଦ୍ୟ ହିସାବରେ ଖାଇ ହେବ ବୋଲି ସେ ଦାବି କରି ଆସିଛନ୍ତି । ଏହା ସହ ଏକ ଦୋକାନ କରି ସେ ଅନେକ କୀଟପତଙ୍ଗକୁ ମିଶାଇ ଖାଦ୍ୟ ପରଶୁଥିବାର ମଧ୍ୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ସାରିଛି । କୀଟପତଙ୍ଗମାନଙ୍କ ସହ ତାଙ୍କର ଏଭଳି ଅତୁଟ ସଂପର୍କ ଥିବା ବେଳେ ଲିସାଙ୍କୁ ସେ ଭଲ ପାଇ ବସିଥିଲେ ।

ସମ୍ବନ୍ଧିତ ଖବର