ଟ୍ରେନ୍‌ରେ ଶାକାହାରୀଙ୍କ ପାଇଁ ହେଉ ଅଲଗା ସିଟ୍‌ ବ୍ୟବସ୍ଥା, ଗୁଜୁରାଟ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

ଅହମଦାବାଦ: ଗୁଜୁରାଟ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମମାଲା ରୁଜୁ ହୋଇଛି। ଏଥିରେ ଦାବି କରାଯାଇଛି ଯେ, ଟ୍ରେନରେ ଶାକାହାରୀ ଭୋଜନ କରୁଥିବା ଯାତ୍ରୀଙ୍କ ପାଇଁ ଅଲଗା ସିଟ୍‌ ବ୍ୟବସ୍ଥା ହେଉ। ଜଣେ ବରିଷ୍ଠ ନାଗରିକ ଏହି ଅଭିଯୋଗ ଆଣିଛନ୍ତି। ଇଇ ସୟଦ(୬୭) ଜନସ୍ୱାର୍ଥ ମାମଲା ଦାଖଲ କରି କହିଛନ୍ତି ଯେ, ଶାକାହାରୀ ଭୋଜନ ଓ ମାଂସାହାରୀ ଭୋଜନ କରୁଥିବା ଯାତ୍ରୀଙ୍କ ସିଟ ଅଲଗା ଅଲଗା ରଖାଯାଉ। ଅହମଦାବାଦ ଖାନପୁର ନିବାସୀ ଓ ଆଇନଜୀବୀ ସୟଦଙ୍କ ଅପିଲ କରିଛନ୍ତି ଯେ, କୋର୍ଟ, ଭାରତୀୟ ରେଳବାଇଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେ, ଖାଇବା ଆଧାର ନେଇ ଯାତ୍ରୀଙ୍କୁ ସିଟ ଆବଣ୍ଟନ ବ୍ୟବସ୍ଥା କରାଯାଉ।

ଏହି ମାମଲାର ଶୁଣାଣୀ ଆଗାମୀ ସପ୍ତାହରେ ହେବାର ସମ୍ଭାବନା ରହିଛି। କୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଭୋଜନ ବିକଳ୍ପ ଅନୁସାରେ ଟିକେଟ ବୁକିଙ୍ଗ ସମୟରେ ଶାକାହାରୀ ଓ ମାଂସାହାରୀଙ୍କୁ ଅଲଗା ଅଲଗା ବସିବାକୁ ନିର୍ଦ୍ଦେଶ ଦିଆଯାଉ। ଏହାଦ୍ୱାରା ଶାକାହାରୀଙ୍କୁ କୌଣସି ଅସୁବିଧା ହେବ ନାହିଁ।

ଜନସ୍ୱାର୍ଥ ମାମଲାକୁ କୌଣସି ପ୍ରକାରରେ ରାଜନୈତିଜ୍ଞଙ୍କ ପେରଣା ହୋଇ ନାହିଁ ବୋଲି ସୟଦ ଖାରଜ ଗଣମାଧ୍ୟମକୁ କହିଛନ୍ତି। ଶାକାହାରୀ ଓ ମାଂସାହାରୀ ଯାତ୍ରୀଙ୍କୁ ନିଜ ଆଗ୍ରହ ଅନୁସାରେ ଯାତ୍ରା ପାଇଁ ଟିକେଟ ମିଳୁ ବୋଲି ସେ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର