ହରର ଫିଲ୍ମ ‘ଆନାବେଲ କମ୍ସ ହୋମ୍‌’ ଦେଖୁଥିବା ବେଳେ ଚାଲିଗଲା ଜୀବନ

ଥିଏଟରର ଲାଇଟ୍‌ ଜଳିବା ପରେ ସାମ୍ନାକୁ ଆସିଲା ଘଟଣା

ନୂଆଦିଲ୍ଲୀ:  ଥାଇଲାଣ୍ଡକୁ ଛୁଟି କଟାଇବାକୁ ଯାଇଥିବା ବେଳେ ଜଣେ ୭୭ବର୍ଷୀୟ ବ୍ରିଟିଶ ବୃଦ୍ଧ ବର୍‌ନାର୍ଡ ଚାନିଂଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ବୁଲିବାକୁ ଯାଇଥିବା ବର୍‌ନାର୍ଡ କିଛି ଦିନ ତଳେ ରିଲିଜ୍‌ ହୋଇଥିବା ହରର ଫିଲ୍ମ ‘ଆନାବେଲ କମ୍ସ ହୋମ୍‌’କୁ ଦେଖିବା ପାଇଁ ଚିନ୍ତା କରିଥିଲେ । ଯାହା ତାଙ୍କର ବଡ଼ ଭୁଲ ଥିଲା । ଫିଲ୍ମ ଦେଖିବା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

indiatimes.com

ଫିଲ୍ମ ସରିବା ପରେ ଥିଏଟରର ଲାଇଟ୍‌ ଜଳିବା ପରେ ତାଙ୍କ ପାଖରେ ବସିଥିବା ଜଣେ ମହିଳା ବର୍‌ନାର୍ଡ ମୃତ୍ୟୁବରଣ କରିଥିବା ଜାଣି ପାରିଥିଲେ । ଚିତ୍କାର କରି ସାହାଯ୍ୟ ମାଗିଥିବା ବେଳେ ତୁରନ୍ତ ଥିଏଟରର କ୍ର୍ୟୁ ଆସି ଦେଖିବା ସହ ବର୍‌ନାର୍ଡଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ତାଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହକୁ ଡ଼ାକ୍ତରଖାନା ପଠା ଯାଇଥିଲା । ତେବେ ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣା ପଡ଼ି ପାରିନାହିଁ ।

ସମ୍ବନ୍ଧିତ ଖବର