ଚ୍ୟାଲେଞ୍ଜ ପୂରା କରିବାକୁ ଦେଢ଼ ଲିଟର ଭୋଡକା ପିଇଲେ ବୃଦ୍ଧ, ତା’ପରେ ଏମିତି ହେଲା

ମସ୍କୋ: ଚ୍ୟାଲେଞ୍ଜ ପୁରା କରିବା ନିଶାରେ ଜୀବନ ହରାଇଲେ ବୃଦ୍ଧ | ଋଷିଆରେ ଏଭଳି ଏକ ଘଟଣା ଘଟିଛି, ଯେଉଁଠାରେ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ୧.୫ ଲିଟର ଭୋଡକା ମଦ ପିଇଦେଇଥିଲେ | ଆଉ ଏହା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଆଉ ବଡ କଥା ଏହି ବ୍ୟକ୍ତିଙ୍କର ମୃତ୍ୟୁ ବେଳର ଦୃଶ୍ୟକୁ ଶହ ଶହ ଲୋକ ଲାଇଭ ଦେଖୁଥିଲେ | ମିଳିଥିବା ସୂଚନା ମୁତାବକ ଋଷିଆର ସ୍ମୋଲେନସ୍କ ସହରରେ ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧ ୟୁଟ୍ୟୁବରେ ଲାଇଭ୍ ଷ୍ଟ୍ରିମିଂ ସମୟରେ ଏକ ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ |

ଏଥିରେ କୁହାଯାଇଥିଲା ଯେ, ଯଦି ଏହି ବ୍ୟକ୍ତି ଦେଢ଼ଲିଟର ଭୋଡ଼କା ପିଇଦେବେ ତେବେ ତାଙ୍କୁ ବହୁ ପରିମାଣର ଅର୍ଥ ପୁରସ୍କାର ଆକାରରେ ମିଳିବ | ତେବେ ୟୁଟ୍ୟୁବରେ ବ୍ୟକ୍ତିଜଣକ ମଦ ପିଉଥିବାର ଲାଇଭ ଷ୍ଟ୍ରିମିଂ ଚାଲିଥିଵା ବେଳେ ହଠାତ ତାଙ୍କ ଦେହ ବିଗିଡିଯାଇଥିଲା ଓ ସେ ତଳେ ପଡିଯାଇଥିଲେ | ଏହା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଋଷିଆ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,ଏହି ବ୍ୟକ୍ତି ଜଣକ ୬୦ ବର୍ଷୀୟ ୟୁରୀ ଦୁଶେକ୍କିନ୍ ହୋଇଥିବାବେଳେ ତାଙ୍କୁ ଟଙ୍କା ବଦଳରେ ୧.୫ ଲିଟର ମଦ ପିଇବାକୁ କୁହାଯାଇଥିଲା | ଆଉ ‘ଥ୍ରାଶ ଷ୍ଟ୍ରିମିଂ’ ନାମରେ ୟୁଟ୍ୟୁବରେ ଲାଇଭ ଷ୍ଟ୍ରିମିଂର ଚାଲିଥିଲା | ଆଉ ଏହି ସମୟରେ ଚ୍ୟାଲେଞ୍ଜ ନେଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା | ଆଉ ଏହି ଘଟଣାକୁ ନେଇ ବର୍ତ୍ତମାନ ସ୍ଥାନୀୟ ପୁଲିସ ତଦନ୍ତ କରୁଛି |

ଥ୍ରାଶ ଷ୍ଟ୍ରିମିଂ କ’ଣ?
ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ଏହି ଥ୍ରାଶ ଷ୍ଟ୍ରିମିଂ ଟ୍ରେଣ୍ଡରେ ଜଣେ ବ୍ୟକ୍ତିଙ୍କୁ ଟଙ୍କା ବଦଳରେ ଏକ ଅପମାନଜନକ କାର୍ଯ୍ୟ କିମ୍ବା ଷ୍ଟଣ୍ଟ କରିବାକୁ ଚ୍ୟାଲେଞ୍ଜ କରାଯାଏ | ଏହା ଲାଇଭ୍ ଷ୍ଟ୍ରିମିଡ୍ ହୋଇଥାଏ, ଯାହାକୁ ଅନଲାଇନରେ ବହୁ ସଂଖ୍ୟକ ଦର୍ଶକ ଦେଖନ୍ତି | ଏଥିରେ, ଏପରି ଏକ ଚ୍ୟାଲେଞ୍ଜ ଦିଆଯାଏ ଯାହା ଅତ୍ୟନ୍ତ କଷ୍ଟକର ହୋଇଥାଏ | ଆଉ ଚ୍ୟାଲେଞ୍ଜରେ ସଫଳ ହେଲେ ପ୍ରଚୁର ଅର୍ଥ ମିଳିଥାଏ |

ସମ୍ବନ୍ଧିତ ଖବର