ଚଣ୍ଡିଗଡ଼: ଦ୍ରୁତ ଗତି ନେଲା ଜୀବନ। ଚଣ୍ଡିଗଡ଼ରେ ଏକ ପୋର୍ସେ କାର୍ର ଦ୍ରୁତ ଗତି ପାଇଁ ୨ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଛି। ଘଟଣା ଘଟିବା ପରେ ଅଭିଯୁକ୍ତ ଚାଳକକୁ ଗିରଫ କରାଯାଇଛି। କାର୍ଟି ପ୍ରଥମେ ୨ଜଣ ମହିଳା ଯାଉଥିବା ସ୍କୁଟିକୁ ଧକ୍କା ଦେବା ପରେ ଜଣେ ଯୁବକ ଯାଉଥିବା ଆଉ ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଏହା ଫଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଘଟଣା ଘଟିବା ବେଳେ କାର୍ଟି ଭୁଲ ପାର୍ଶ୍ବରେ ଯାଉଥିଲା ବୋଲି ଜଣାଯାଇଛି।
/sambad/media/media_files/2025/03/11/L7s2MYc0MPD1H7z8tUZ9.jpg)
ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ସେକ୍ଟର ୪ରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସର କହିବା ମୁତାବକ, କାରଟି ଭୁଲ ଦିଗରୁ ଦ୍ରୁତ ଗତିରେ ଆସୁଥିଲା। ଗୋଟିଏ ସ୍କୁଟରରେ ଜଣେ ଯୁବକ ଯାଉଥିବା ବେଳେ ଅନ୍ୟ ଗୋଟିଏରେ ଦୁଇଜଣ ମହିଳା ଯାଉଥିଲେ। କାରଟି ପ୍ରଥମେ ୨ମହିଳାଙ୍କୁ ଧକ୍କା ଦେବା ପରେ ଯୁବକଙ୍କୁ ଧକ୍କା ଦେଇଥିଲା। ଏହା ଫଳରେ ଯୁବକଜଣକ ତଳେ ପଡ଼ିଯିବାରୁ ତାଙ୍କ ଗୋଡ଼ କଟିଯାଇଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ସହ ୨ଜଣ ମହିଳା ଗୁରୁତର ହୋଇଥିଲେ। ୨ମହିଳା ଓ ଜଣେ ଯୁବକଙ୍କ ଧକ୍କା ଦେବା ପରେ କାର୍ଟି ଏକ ବିଦ୍ୟୁତ୍ ଖୁଣ୍ଟ ଓ ଟ୍ରାଫିକ ସାଇନ୍ ବୋର୍ଡରେ ମାଡ଼ ହୋଇ ଶେଷରେ ଏକ ଗଛରେ ପିଟି ହୋଇଥିଲା। ଏହି ଦୁର୍ଘଟଣା ପରେ ଏବେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/11/dY5zf6F4sLUF2jPMDyoY.jpg)