ନୂଆଦିଲ୍ଳୀ: ଗାଜିଆବାଦ୍ରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ସ୍ବାମୀ ଜୀବନ ହାରିବାର କିଛି ସମୟରେ ଖବର ପାଇ ତାଙ୍କ ପତ୍ନୀ ମଧ୍ୟ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ସ୍ବାମୀ ବିଜୟ ପ୍ରତାପ ଚୌହ୍ବାନଙ୍କ ବୟର ୩୨ ହୋଇଥିବା ବେଳେ ପତ୍ନୀ ଶିବାନୀଙ୍କୁ ୨୮ ବର୍ଷ ବୟସ। ସେମାନେ ଗାଜିଆବାଦ୍ର ଲୋନି ସୀମାରେ ରହୁଥିଲେ।
ପ୍ରଥମେ ବ୍ୟକ୍ତି ଜଣକ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ। ସେ ସମୟରେ ତାଙ୍କ ପତ୍ନୀ ଦିଲ୍ଲୀରେ ଥିଲେ। ପତ୍ନୀ ତାଙ୍କ ସହ ଝଗଡ଼ା କରିବା ପରେ ତାଙ୍କ ସ୍ୱାମୀ ଜୀବନ ହାରିବା ଖବର ପାଇବା ପରେ ନିଜ ଜୀବନ ହାରିଦେଲେ। ପୁଲିସ ସୂଚନା ଅନୁଯାୟୀ, ଏହି ଦମ୍ପତିଙ୍କ ମଧ୍ୟରେ ଅନେକ ବୈବାହିକ ବିବାଦର ଇତିହାସ ରହିଛି।
ଗାଜିଆବାଦର ଜବାହରନଗରର ଜି ବ୍ଲକ୍ରେ ରହୁଥିବା ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ଝଗଡ଼ା ହୋଇଥିଲା। ବିବାଦ ପରେ, ଶିବାନୀ ସେମାନଙ୍କ ଘରୁ ବାହାରି ଉତ୍ତର-ପୂର୍ବ ଦିଲ୍ଲୀକୁ ଯାତ୍ରା କରିଥିଲେ। ବିଜୟ ଶିବାନୀ ଯିବା ପରେ ତାଙ୍କୁ ଏକ ଫୋନ୍ କରିଥିଲେ ବୋଲି ଜଣାପଡ଼ିଛି, ଯେଉଁଥିରେ ସେ ତାଙ୍କୁ ଆଉ କେବେ ଦେଖିପାରିବେ ନାହିଁ ବୋଲି କହିଥିଲେ।
କିଛି ସମୟ ପରେ, ବିଜୟଙ୍କ ମାଉସୀ, ମୀରା ତାଙ୍କ ଘରକୁ ଯାଇ ତାଙ୍କ ମୃତଦେହ ଦେଖିଥିଲେ। ସେ ଘର ଭିତରେ ଫାଶୀ ଲଗାଇ ଦେଇଥିଲେ। ସେ ତୁରନ୍ତ ଶିବାନୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଖବର ଶୁଣିବା ପରେ, ଶିବାନୀ ତାଙ୍କ ବାସଭବନରୁ ପ୍ରାୟ ୮ କିଲୋମିଟର ଦୂର ଉତ୍ତର-ପୂର୍ବ ଦିଲ୍ଲୀର ଲୋନି ଗୋଲଆଉଟ୍ ନିକଟରେ ଏକ ବିଦ୍ୟୁତ୍ ଖୁଣ୍ଟରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/11/pyLvcNQN502CkI6TFob7.jpg)