ଚେନ୍ନେଇ : ବସରେ ଯାତ୍ରା କରୁଥିବା ସମୟରେ ଜଣେ ଯାତ୍ରୀଙ୍କର ଆଧା ରାସ୍ତାରେ ମୃତ୍ୟୁ ହେବାରୁ ମଝି ରାସ୍ତାରେ ଶବକୁ ଫୋପାଡ଼ି ଚାଲିଯାଇଛନ୍ତି ବସ୍ କଣ୍ଡକ୍ଟର । ତେବେ ମୃତ ଯାତ୍ରୀଙ୍କ ଶବକୁ ଜଗି ରହିଥିଲେ ତାଙ୍କର ଜଣେ ସହଯାତ୍ରୀ। ‘ମୁଁ ବର୍ତ୍ତମାନ ଏଠାରେ ସାହାଯ୍ୟ ଅପେକ୍ଷାାରେ ବସିଛି । ଯଦି ଏହି ରାସ୍ତା ଦେଇ କୌଣସି ଆମ୍ବୁଲାନ୍ସ ଯାଏ ତାକୁ ଅଟକାଇବି । କାରଣ ମତେ ଲାଗୁନି ଆଉ କୌଣସି ବସ ଆମକୁ ସାଙ୍ଗରେ ନେଇକି ଯିବ । ଆମେ ବସ୍ କଣ୍ଡକ୍ଟରକୁ ଯାତ୍ରାର ପୂରା ଭଡ଼ା ୧୫୦ ଟଙ୍କା ଦେଇଥିଲୁ । ଓହ୍ଲେଇଲା ବେଳକୁ ଯେତେବେଳେ ମୁଁ ପଇସା ଫେରସ୍ତ କଥା ପଚାରିଥିଲି ସେ କିଛି ନକହି ଆମକୁ ଏଠାରେ ଛାଡ଼ି ଚାଲିଯାଇଥିଲେ’ ବୋଲି ସହଯାତ୍ରୀ ଜଣଙ୍କ ନିଜର ପ୍ରତିକ୍ରିୟା ରଖିଥିଲେ ।
ସୂଚନା ଅନୂଯାୟୀ, ଏହି ଦୁଇ ବ୍ୟକ୍ତି ବେଙ୍ଗାଲୁରୁର ଏକ କନଷ୍ଟ୍ରକସନ କମ୍ପାନିରେ ମୂଲିଆ ଭାବେ କାର୍ଯ୍ୟ କରୁଥିଲେ। ବସ ଯୋଗେ ତାଙ୍କ ଗ୍ରାମ ଥିରୁଭାନାମଲାଇକୁ ଯାତ୍ରା କରୁଥିବା ବେଳେ
ମଝି ରାସ୍ତାରେ ତାଙ୍କ ବନ୍ଧୁଙ୍କର ମୃତ୍ୟୁ ହୋଇଥିଲା । ବସ କଣ୍ଡକ୍ଟର ତାଙ୍କୁ ସାହାଯ୍ୟ ନ କରି
ବସ୍ରୁ ଓହ୍ଲାଇ ଯିବା ପାଇଁ କହିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/n.jpeg)