ଘରର ଅଗଣା ଖୋଳୁଥିବା ବେଳେ ବାହାରିଲା ଏକ ୪୦ ବର୍ଷ ତଳର ପାଇପ୍‌ ! ତା’ ଭିତରର ଜିନିଷ ଦେଖି ପୁଲିସ ଷ୍ଟେସନ ଦୌଡ଼ିଲେ ଯୁବକ

ନୂଆଦିଲ୍ଲୀ : ଇଂଲଣ୍ଡର ସମରସେଟ୍‌ରେ ଜଣେ ଯୁବକ ନିଜ ଘରର ଅଗଣାକୁ ଖୋଳୁଥିବା ବେଳେ ଭିତରୁ ୭୦ବର୍ଷ ପୁରୁଣା ପାଇପ ବାହାରିଥିଲା । ପ୍ରଥମେ ଏହାକୁ ଏକ ସାଧାରଣ ପାଇପ୍‌ ବୋଲି ଭାବିଥିବା ବେଳେ ପରେ ପାଇପ୍‌ ପଛର ପ୍ରକୃତ ସତ ବାହାରକୁ ଆସିଥିଲା । ଇଂଲଣ୍ଡରେ ରହୁଥିବା ଡ଼ୋମ୍‌ ଲୋବେ ଏବଂ ତାଙ୍କ ପୁଅ ଘରର କାମ ପାଇଁ ଅଗଣାକୁ ଖୋଳିଥିଲେ। ଖୋଳିବା ସମୟରେ ଭିତରେ ଏକ ଅଣ୍ଡରଗ୍ରାଉଣ୍ଡ ଚ୍ୟାମ୍ବର ଥିବା ଦେଖିଥିଲେ ଡ଼ୋମ ।

bhaskar.com

ଏତେ ବଡ଼ ଚ୍ୟାମ୍ବର ଦେଖି ତାକୁ ଖୋଲିବା ସହ ତା’ ଭିତରେ ଥିବା ଜିନିଷକୁ ବାହାର କରିଥିଲେ ଡ଼ୋମ । ଚ୍ୟାମ୍ବର ଭିତରେ ଥିବା ଜିନିଷଗୁଡ଼ିକ ୧୯୪୦ ମସିହାର ବୋଲି ଜଣା ପଡ଼ୁଥିବା ବେଳେ ତା’ ଭିତରୁ ଅନେକ ପୁଣୁଣା ଲୁହାକୁ ଡ଼ୋମ ବାହାର କରିଥିଲେ । ସବୁ ମଧ୍ୟରେ ତାଙ୍କ ହାତରେ ଏକ ୬ଇଞ୍ଚର ଲୁହାର ପାଇପ ଲାଗିଥିଲା । ପ୍ରଥମେ ଏହାକୁ ପାଇପ୍‌ ବୋଲି ଭାବିଥିବା ବେଳେ ପରେ ଏହାକୁ ସଫା କରିବା ପରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା ।

bhaskar.com

ସତ ଜାଣି ଡ଼ୋମ ପାଇପକୁ ଧରି ପୁଲିସ ଷ୍ଟେସନକୁ ଦୌଡ଼ିଥିଲେ । କାରଣ ଡ଼ୋମ ଏବଂ ତାଙ୍କ ପୁଅ ଯାହାକୁ ସାଧାରଣ ପାଇପ୍‌ ବୋଲି ଭାବୁଥିଲେ ତାହା ପ୍ରକୃତରେ ଏକ ଶକ୍ତିଶାଳୀ ବୋମା ଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ବୋମାକୁ ବ୍ୟବହାର କରାଯାଇଥିଲା ବୋଲି ଜଣା ପଡ଼ିବା ପରେ ଡ଼ୋମ ଏବଂ ତାଙ୍କ ପୁଅ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ । ବମ୍‌ ଡ଼ିସ୍‌ପୋଜାଲ ସ୍କ୍ଵାଡ଼୍‍କୁ ଏ ନେଇ ଖବର ଦିଆଯିବା ପରେ ସେମାନେ ପହଞ୍ଚି ବୋମାକୁ ଜବତ କରିବା ସହ ପୂରା ଅଞ୍ଚଳକୁ ଭଲ କରି ତଦାରଖ କରିବା ଆରମ୍ଭ କରିଥିଲେ । ଜବତ କରାଯାଇଥିବା ବୋମାଟି ଖାଲିଥିବା ବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର