ବ୍ରେନ୍‌ ଡେଡ୍‌ ହେବା ପରେ ମା’ଙ୍କ ଅଙ୍ଗଦାନ କରି ଦୁଇଟି ଜୀବନ ବଞ୍ଚାଇଲା ପୁଅ, ଖବର ପ୍ରସାର ପରେ ଛୁଟିଲା ପ୍ରଶଂସାର ସୁଅ

ମୁମ୍ବାଇ: ମୁମ୍ବାଇର ନାନାବତୀ ଡ଼ାକ୍ତରଖାନାରେ ଘଟିଥିବା ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ପୁଅ ତା’ ମା’ଙ୍କ ଅଙ୍ଗଦାନ କରିବା ପରେ ତା’ର ଏପରି କାମକୁ ପ୍ରଶଂସା କରିଛନ୍ତି ଲୋକେ । ନିଜ ମା’ଙ୍କୁ ଅନ୍ୟ ଶରୀରରେ ବଞ୍ଚାଇ ରଖିବା ପାଇଁ ପୁଅ ନିଜ ମା’ଙ୍କ ଲିଭର୍‌ ଏବଂ କିଡ଼୍‍ନି ଦାନ କରିଥିବା ଜଣା ପଡ଼ିଛି । ଏହି ଅଙ୍ଗଦାନ ପରେ ଦୁଇ ଜଣଙ୍କୁ ନୂଆ ଜୀବନ ମିଳିଛି ।
ସୂଚନା ମୁତାବକ, ଉଜ୍ୱଳା ସକାଳ ସମୟରେ ବସି ଚା’ ପିଉଥିବା ସମୟରେ ତଳେ ପଡ଼ି ଯାଇଥିଲେ । ଯାହା ପରେ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା । ଚିକିତ୍ସା କରାଯିବା ପରେ ତାଙ୍କ ବ୍ରେନ୍‌ ଡ଼େଡ୍‌ ହୋଇଯାଇଥିବା ଜଣାଇଥିଲେ ଡ଼ାକ୍ତର । ଅଙ୍ଗଦାନ କରିବା ପାଇଁ ଡ଼ାକ୍ତର ପରାମର୍ଶ ଦେବା ପରେ ଉଜ୍ୱଳାଙ୍କ ପରିବାର ପଛଘୁଞ୍ଚା ଦେଇଥିବା ବେଳେ ତାଙ୍କ ପୁଅ ଅଶ୍ୱିନ୍‌ କିନ୍ତୁ ମା’ଙ୍କ ଅଙ୍ଗଦାନ କରିବା ପାଇଁ ହଁ ଭରିଥିଲେ । ତାଙ୍କ ମା’ ସବୁ ବେଳେ ଅନ୍ୟମାନଙ୍କ ସାହାଯ୍ୟ କରିବାକୁ ଭଲ ପାଆନ୍ତି ।

indiatimes.com

ମରିବା ପରେ ମଧ୍ୟରେ ଯଦି ତାଙ୍କ ଅଙ୍ଗ ଦ୍ୱାରା କାହାର ଜୀବନ ବଞ୍ଚୁଛି ତେବେ ମା’ ଖୁସି ହେବେ ବୋଲି ଅଶ୍ୱିନ୍‌ କହିବା ପରେ ଉଜ୍ୱଳାଙ୍କ ଲିଭର ଏବଂ କିଡ଼୍‍ନିକୁ କଢ଼ା ଯାଇ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । କିଡ଼୍‍ନିଟି ନାନାବତୀ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ବେଳେ ଲିଭରକୁ ଗ୍ଲୋବାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା ।

ସମ୍ବନ୍ଧିତ ଖବର