ଫ୍ଲୋରିଡା: ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଅଛନ୍ତି । ଏମିତି ଲୋକ ଅଛନ୍ତି ଯାହାଙ୍କୁ ଆପଣ କିଛି ବି କହିଦିଅନ୍ତୁ ତାଙ୍କୁ କେବେ ରାଗ ଆସେ ନାହିଁ ଆଉ କିଛି ଲୋକ ଅଛନ୍ତି ଯାହାଙ୍କୁ କଥା କଥାରେ ରାଗ ଆସିଥାଏ। ଆଉ ଏହି ରାଗ ମଣିଷକୁ ଅନ୍ଧ କରିଦେଇଥାଏ । ଆମ ସମସ୍ତଙ୍କୁ ସବୁବେଳେ କୁହାଯାଇଥାଏ ଯେ ରାଗରେ ଏପରି କୌଣସି କାମ କରିବା ଉଚିତ୍ ନୁହେଁ, ଯାହା ପରେ ନିଜକୁ ହିଁ ଅସୁବିଧାରେ ପକାଇବ। ତଥାପି ବେଳେବେଳେ ଆମେ ନିଜ ରାଗକୁ ନିୟନ୍ତ୍ରଣରେ ରଖି ପାରି ନଥାଉ ଆଉ ସେହି ରାଗ ପାଇଁ ହିଁ ଦିନେ ଅସୁବିଧାର ସମ୍ମୁଖୀନ ହୋଇଥାଉ।
ଏପରି ଏକ ଘଟଣା ଘଟିଛି ଆମେରିକାର ଫ୍ଲୋରିଡାରେ ରହୁଥିବା ଜଣେ ବୃଦ୍ଧଙ୍କ ସହ ଯାହା ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆମେ ସମସ୍ତେ ଜାଣୁ ଯେ ଯେତେବେଳେ ବୃଦ୍ଧାବସ୍ଥା ଆସିଥାଏ ସେତେବେଳେ ବୃଦ୍ଧ ବ୍ୟକ୍ତିମାନେ ଅଧିକ କ୍ରୋଧିତ ହୁଅନ୍ତି। ୬୪ ବର୍ଷିୟ ଡେଭିଡ ଶେରମାନ ପାୱେଲସନ ମଧ୍ୟ ସମାନ ଦୁର୍ବଳତାର ଶିକାର ହୋଇଥିଲେ ଏବଂ ଏକ ଛୋଟ ଘଟଣା ପାଇଁ ତାଙ୍କ ଉପରେ ବଡ ମାମଲା ଦାୟର ହୋଇଥିଲା।
ଦିନେ ରାତିରେ ଡେଭିଡ ଶେରମାନ ପାୱେଲସନ ଓ ତାଙ୍କ ଭାଇମାନେ ଏକାଠି ରାତ୍ରୀ ଭୋଜନ କରୁଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଯୁକ୍ତିତର୍କ ଏଥିପାଇଁ ଚାଲିଥିଲା ଯେ ଡେଭିଡ ଫ୍ରିଜରେ ରଖାଯାଇଥିବା ତାଙ୍କ ଭାଇଙ୍କ ଲାଇମ ପାଇ ଖାଇ ଦେଇଥିଲେ। ଯେତେବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢିଗଲା, ଡେଭିଡ ଭାଇକୁ ଶାନ୍ତ କରିବାକୁ ଯାଇ ପାଖରେ ଥିବା ଏକ ବଡ଼ ଗ୍ଲାସରେ ପାଣି ନେଇ ତାଙ୍କ ଉପରେ ପକାଇ ଦେଇଥିଲେ। ଲଗାତାର ଦୁଇ ଗ୍ଲାସ୍ ପାଣି ତାଙ୍କ ଉପରକୁ ଫିଙ୍ଗିବା ପରେ ଡେଭିଡଙ୍କ ଭାଇ ରାତି ୮.୩୦ରେ ପୁଲିସକୁ ଜରୁରୀକାଳୀନ କଲ୍ କରି ତାଙ୍କ ଜୀବନ ପ୍ରତି ବିପଦ ଥିବା କହି ଡାକିଥିଲେ। ସବୁଠୁ କୌତୁହଳର ବିଷୟ ହେଉଛି, ଏତେ ଛୋଟ ଜିନିଷ ପାଇଁ ଡେଭିଡଙ୍କ ଉପରେ ଏକ ବିଶେଷ ପ୍ରକାରର ଚାର୍ଜ ଲଗାଯାଇଥିଲା। ଏହି ଚାର୍ଜ କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଲାଗୁ ହୁଏ ଯେତେବେଳେ ସେ ଉଦ୍ଦେଶ୍ୟମୂଳକ ଭାବରେ କାହାକୁ ଶାରୀରିକ କ୍ଷତି ପହଞ୍ଚାଇଥିବେ କିମ୍ବା କାହାକୁ ସ୍ଥାୟୀ ଭାବରେ ଅକ୍ଷମ କରିଥିବେ। କିନ୍ତୁ ଏହି ଘଟଣାରେ ଡେଭିଡଙ୍କ ଭାଇଙ୍କୁ କୌଣସି କ୍ଷତି ପହଂଚି ନଥିଲା । ଆଉ ଏଇ ଅପରାଧ ପାଇଁ ତାଙ୍କୁ ଦୀର୍ଘ ୩୦ ବର୍ଷକାଳ ଜେଲରେ କଟାଇବାକୁ ପଡ଼ିଲା।