ବୀମା ଅର୍ଥ ପାଇବା ନିଶାରେ ନିଜ ମୃତ୍ୟୁର ମିଛ ନାଟକ ରଚିଥିଲେ ଯୁବକ,ଘରେ ଏହି ଖବର ପହଞ୍ଚିବା ପରେ ସ୍ତ୍ରୀ ନେଲା ଏଭଳି ପଦକ୍ଷପ

ନୂଆଦିଲ୍ଲୀ : ଆଜିକାଲି ଲୋକମାନେ ନିଜ ଅସୁବିଧାର ସମାଧାନ ପାଇଁ ଭୁଲ ବାଟରେ ଯିବା ପାଇଁ ମଧ୍ୟ ପଛାଉ ନାହାନ୍ତି । କିଛି ଲୋକ ସରାକାର ଲୋକମାନଙ୍କ ସୁବିଧା ପାଇଁ ତିଆରି କରିଥିବା ନିୟମକୁ ମଧ୍ୟ ଭୁଲ ବାଟରେ ବ୍ୟବହାର କରୁଥିବା ଦେଖାଯାଉଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚୀନ୍‌ରେ । ଜଣେ ଯୁବକଙ୍କୁ ନିଜ ମୃତ୍ୟୁର ମିଥ୍ୟ ଖବର ପ୍ରସାର କରିବା ଭାରି ପଡ଼ିଛି । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଚୀନ୍‌ରେ ରହୁଥିବା ଜଣେ ଯୁବକ ନିଜ ମୃତ୍ୟୁର ମିଛ ନାଟକ ରଚିଥିଲେ । ମୃତ୍ୟୁ ପରେ ତାଙ୍କ ପରିବାରକୁ ଯେଉଁ ବୀମା ରାଶି ମିଳିବି ତାକୁ ନେଇ ସେ ନିଜର ସମସ୍ତ ଆର୍ଥିକ ସମସ୍ୟାକୁ ଦୂର କରିବେ ବୋଲି ଭାବିଥିବା ବେଳେ କାହାଣୀଟି ପୂରା ଓଲଟି ଯାଇଥିଲା ।

Clip2Art

ସୂଚନା ମୁତାବକ, ଯୁବକ ଜଣଙ୍କ ନିଜର ମୃତ୍ୟୁର ମିଛ ନାଟକ ରଚିବା ପାଇଁ ନିଜ କାର୍‌କୁ ଦ୍ରୁତ ଗତିରେ ଚଳାଇବା ସହ ଏକ ନଦୀ ଭିତରକୁ ପଶାଇ ଦେଇଥିଲେ । କିନ୍ତୁ ଗାଡ଼ିଟି ପାଣି ଭିତରକୁ ଯିବା ପୂର୍ବରୁ ନିଜର ସମସ୍ତ ପରିଚୟ ପତ୍ର ଗାଡ଼ିରେ ରଖି ଯୁବକ ଜଣଙ୍କ ଗାଡ଼ି ଭିତରୁ ବାହାରି ଆସିଥିଲେ । ଗାଡ଼ି ଦୁର୍ଘଟଣା ଗ୍ରସ୍ଥ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ ଭିନ୍‌ କରିଥିଲେ ମଧ୍ୟ ଯୁବକଙ୍କ ମୃତ ଦେହ ମିଳି ନଥିଲା । କିଛି ଦିନ ଖୋଜିବା ପରେ ମୃତଦେହ ନ ମିଳିବାରୁ ଯୁବକଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ଦେଇ ଦିଆ ଯାଇଥିଲା । ଘରେ ଯୁବକଙ୍କ ସ୍ତ୍ରୀ ଏବଂ ଦୁଇଟି ପିଲା ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିବା ସହ ଘରର ଆର୍ଥିକ ଅବସ୍ଥା ଦେଖି ଆତ୍ମହତ୍ୟାର ବାଟ ବାଛି ନେଇଥିଲେ । ଘରର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ଯୁବକ ଜଣଙ୍କ ଯେଉଁ ଉପାୟ ବାଛିଥିଲେ ତାହା ତାଙ୍କୁ ଭାରି ପଡ଼ିଥିଲା । ପରେ ସେ ନିଜର ଭୁଲ୍‌ ବୁଝି ପାରି ପୁଲିସ ଆଗରେ ଆତ୍ମସମର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର