ମୁମ୍ବାଇ: ଅର୍ଡର କରିଥିବା ଖାଦ୍ୟରୁ ବାହାରିଲା ଔଷଧ। ଖାଦ୍ୟରୁ ଚୁଟି ବାହାରିବା, ପୋକ ବା ଭଙ୍ଗା କାଚ୍ ବାହାରିବାର ଖବର ପୂର୍ବରୁ ଆସିଥିବା ବେଳେ ଏବେ ଅର୍ଡର ହୋଇଥିବା ଖାଦ୍ୟରୁ ଔଷଧ ବାହାରିଥିବା ସାମ୍ନାକୁ ଆସିଛି। ମୁମ୍ବାଇର ଜଣେ ଯୁବକ ସ୍ବିଗ୍ଗି ଜରିଆରେ ମୁମ୍ବାଇର ଲୋକପ୍ରିୟ ରେସ୍ତୋରାଁ ଲିଓପୋଲଡ କୋଲାବାରୁ କୁକୁଡା ମାଂସର ଏକ ଆଇଟମ ଅର୍ଡର କରିଥିଲେ। ଅର୍ଡର ଗ୍ରହଣ କରିବା ପରେ ଭୋକିଲା ପେଟକୁ ଶାନ୍ତ କରିବା ପାଇଁ ସେ ଯେତେବେଳେ ପ୍ୟାକେଟ ଖୋଲିଥିଲେ, ସେତେବେଳେ ଖାଦ୍ୟ ଭିତରେ ଔଷଧ ପ୍ୟାକେଟ ପଡ଼ିଥିବା ଦେଖି ସେ ଆଶ୍ବର୍ଯ୍ୟ ହୋଇଯାଇଥିଲେ।
ଏହାର ଏକ ଫଟୋ ମଧ୍ୟ ଏବେ ଭାଇରାଲ ହେଉଛି, ଯେଉଁଥିରେ ଦେଖାଯାଇଛି ଯେ, ଖାଦ୍ୟରେ ହଳଦିଆ ରଙ୍ଗର ବଟିକା ପଡ଼ିଛି। ଗୋଟାଏ ବଟିକା ଖୋଳରେ ନଥିବା ବେଳେ ଆଉ ଏକ ବଟିକା ଖୋଳ ଭିତରେ ରହିଛି। ଯୁବକଜଣକ ଏକ୍ସରେ ପୋଷ୍ଟ କରି ଏ ବିଷୟରେ ଜଣାଇବା ପରେ ଏହାକୁ ନେଇ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
My Mumbai Christmas Surprise ordered food from Swiggy from Leopold Colaba got this half cooked medicine in my food @Swiggy pic.twitter.com/ZKU30LzDhi
— Ujwal Puri // ompsyram.eth 🦉 (@ompsyram) December 24, 2023
ଏହା ପୂର୍ବରୁ ବେଙ୍ଗାଲୁରୁରେ ଜଣେ ଯୁବକଙ୍କ ଖଦ୍ୟରେ ଜୀବନ୍ତ ଗେଣ୍ଡା ଦେଖିବାକୁ ମିଳିଥିଲା। ଯୁବକଜଣକ ସ୍ବିଗ୍ଗିରୁ ଏକ ସାଲାଡ ଅର୍ଡର କରିଥିବା ବେଳେ ଅର୍ଡର ଡେଲିଭରି ପରେ ସାଲାଡରେ ଜୀବନ୍ତ ଗେଣ୍ଡା ଚାଲୁଥିବା ଦେଖିବାକୁ ପାଇଥିଲେ।