ପାଲଟିଲା ଶେଷ ନବରାତ୍ରୀ: ଭିଡିଓରେ ଦେଖନ୍ତୁ କିପରି ଗର୍‌ବା ଖେଳୁ ଖେଳୁ ଟଳି ପଡ଼ିଲେ ଏହି ବ୍ୟକ୍ତି

ମାଉଣ୍ଟ ଆବୁ : ମାଉଣ୍ଟ ଆବୁରେ ଗର୍‌ବା ଖେଳୁଥିବା ସମୟରେ ଗୁଜୁରାଟରେ ଜଣେ ବାସିନ୍ଦାଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଜଗ୍‌ଦିଶ ବୋଲି ଜଣା ପଡ଼ିଥିବା ବେଳେ ସେ ଗୁଜୁରାଟର ସୁରଟରେ ରହୁଥିଲେ ବୋଲି ଜଣା ପଡ଼ିଛି । ନବରାତ୍ରୀ ଚାଲିଥିବାରୁ ନିଜ ପତ୍ନୀ ଓ ବନ୍ଧୁଙ୍କ ସହ ରାଜସ୍ଥାନର ମାଉଣ୍ଟ ଆବୁରେ ପହଞ୍ଚିଥିଲେ ଜଗ୍‌ଦିଶ । କିନ୍ତୁ ଏହା ତାଙ୍କର ଶେଷ ନବରାତ୍ରୀ ହେବ ବୋଲି ତାଙ୍କୁ ଜଣା ନଥିଲା । ଗର୍‌ବା ଖେଳୁ ଖେଳୁ ଟଳି ପଡ଼ିଥିଲେ ଜଗ୍‌ଦିଶ । କେହି କିଛି ବୁଝିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ସେହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଭିଡିଓରେ କିପରି ଜଗ୍‌ଦିଶ ଗର୍‌ବା ଖେଳି ଖେଳି ଟଳି ପଡ଼ୁଛନ୍ତି, ତାହା ଦେଖାଯାଇଛି ।

 ଜଗ୍‌ଦିଶଙ୍କ ଜଣେ ବନ୍ଧୁ କହିଛନ୍ତି, ସପ୍ତାହ ଶେଷରେ ଆମେ ନବରାତ୍ରୀ ପାଳନ ପାଇଁ ସୁରଟରୁ ରାଜସ୍ଥାନର ମାଉଣ୍ଟ ଆବୁକୁ ଆସିଥିଲୁ । ସେଠାରେ ବୁଲାବୁଲି କରି ହୋଟେଲକୁ ଫେରିବା ପରେ ହୋଟେଲରେ ଏକ ଗର୍‌ବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଦେଖି ଆମେ ସବୁ ଗର୍‌ବା ଖେଳିବା ପାଇଁ ପହଞ୍ଚିଥିଲୁ । ଏହି ସମୟରେ ହଠାତ୍‌ ଜଗ୍‌ଦିଶ ଗର୍‌ବା ଖେଳି ଖେଳି ଟଳି ପଡ଼ିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର