ଇଟାଲୀ ଭ୍ରମଣ କାଳ ହେଲା, କରୋନା ଭାଇରସ୍ ଧରି ଘରକୁ ଫେରିଲେ

ନୂଆଦିଲ୍ଲୀ: ଏବେ କରୋନା ଭଳି ମାରାତ୍ମକ ଭୂତାଣୁ ସହ ସାରା ବିଶ୍ବ ଲଢ଼େଇ କରୁଛି। ସତର୍କ ରହି ଲୋକ ସଂକ୍ରମଣକୁ ରୋକିବାରେ ଲାଗିପଡ଼ିଛନ୍ତି। ତେବେ ଏହି ଭାଇରସ ପାଇଁ ଜଣେ ଯୁବକ ନିଜ ପତ୍ନୀଙ୍କୁ ଲୁଚାଉଥିବା କଥା ସାମ୍ନାକୁ ଆସିଯାଇଛି। ନିଜ ପତ୍ନୀଙ୍କୁ ନକହି ପ୍ରେମିକାଙ୍କୁ ଧରି ଇଟାଲୀ ବୁଲିବାକୁ ଯାଇଥିଲେ ଯୁବକ। ଘରେ ଅଫିସର କାମ କହି ଯୁବକଜଣଙ୍କ ଯାଇଥିବା ବେଳେ ଏବେ ସେ କହିଥିବା ମିଛ ସମସ୍ତଙ୍କ ସାମ୍ନାକୁ ଆସିଯାଇଛି। ଇଟାଲୀରେ ସେ କରୋନା ଭୂତାଣୁ ସଂସ୍ପର୍ଶରେ ଆସିଥିବା ବେଳେ ଘରେ ପହଞ୍ଚିବା ପରେ ତାଙ୍କ ଦେହରେ ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥିଲା। ଏବେ ତାଙ୍କ ପତ୍ନୀ ଓ ତାଙ୍କୁ ଆଇସୋଲେସନରେ ରଖିଛନ୍ତି ଡ଼ାକ୍ତର।

मेडिकल टीम को दी जानकारी
oneindia.com

ଅନ୍ୟ ପକ୍ଷରେ, ଅଫିସ କାମ ପାଇଁ ଯାଇଥିବା ସମୟରେ ସ୍ବାମୀଙ୍କ ଶରୀରକୁ ଏହି ଭୂତାଣୁ ଆସିଥିବ ବୋଲି ତାଙ୍କ ପତ୍ନୀ ଭାବୁଥିବା ବେଳେ ଡ଼ାକ୍ତରଙ୍କୁ ସବୁ ସତ ଜଣାଇଛନ୍ତି ପୀଡ଼ିତ। ପତ୍ନୀଙ୍କୁ ନକହି ପ୍ରେମିକା ସହ ସେ ଇଟାଲୀ ଯାଇଥିଲେ ଏବଂ ସେଠାରେ ସେ ଭାଇରସ୍ ସଂସ୍ପର୍ଶ ଆସିଥାଇ ପାରନ୍ତି  ବୋଲି ପୀଡ଼ିତ ଡ଼ାକ୍ତରଙ୍କୁ କହିଥିବା ବେ‌ଳେ ତାଙ୍କ ପତ୍ନୀଙ୍କୁ କିଛି ନକହିବା ପାଇଁ କହିଛନ୍ତି। ଡାକ୍ତର ପୀଡ଼ିତ ଏବଂ ତାଙ୍କ ପତ୍ନୀଙ୍କ ପରିଚୟ ସାମ୍ନାକୁ ନଆଣି  ତାଙ୍କର ଚିକିତ୍ସା ଚାଲୁ ରଖିଛନ୍ତି। ଏ ପର୍ଯ୍ୟନ୍ତ ପତ୍ନୀଙ୍କୁ ସ୍ବାମୀଙ୍କ ମିଛ ବିଷୟରେ କିଛି ବି ଜଣାଇ ନାହାନ୍ତି ଡ଼ାକ୍ତର।

ସମ୍ବନ୍ଧିତ ଖବର