ନୂଆଦିଲ୍ଲୀ: କଥାରେ ଅଛି ଯାହା ଉପରେ ବିଧାତା ସାହା ତା’ ଉପରେ ବା କି ବିପଦ। ଏପରି ଉକ୍ତିଟି କହିବାର କାରଣ ହେଉଛି, ଦିଲ୍ଲୀରେ ରବିବାର ଖୁବ୍ ଜୋର ଝଡତୋଫାନ୍ ସାଙ୍ଗକୁ ବର୍ଷା ବି ହେଉଥିଲା। ଏହି ସମୟରେ ଜଣେ ବ୍ୟକ୍ତି ଦିଲ୍ଲୀର ବିକାଶ ମାର୍ଗରେ କାର ନେଇ ଯାଉଥିଲେ। ହଠାତ୍ ତାଙ୍କୁ ପରିଶ୍ରା ଲାଗିବାରୁ ସେ ରାସ୍ତାରେ ଗାଡ଼ି ଛିଡା କରି କିଛି ବାଟ ପରିଶ୍ରା କରିବାକୁ ଯାଇଥିଲେ। ପରିଶ୍ରା କରି ଆସି ସେ କାର୍ର ଯେଉଁ ଦୃଶ୍ୟ ଦେଖିଲେ ହତ୍ବାକ୍ ହୋଇପଡ଼ିଥିଲେ।
/sambad/media/post_attachments/wp-content/uploads/2018/05/storm1-1526298213-300x282.jpg)
ସୂଚନାଯୋଗ୍ୟ, ଦିଲ୍ଲୀର ସଦର ବଜାରରେ ବସବାସ କରୁଥିବା ରୋହତାସ ସାଗର ରବିବାର ସନ୍ଧ୍ୟାରେ କୌଣସି ଏକ କାମରେ କାର ନେଇ ଯାଉଥିଲେ। ଏହି ସମୟରେ ଝଡତୋଫାନ୍ ଆରମ୍ଭ ହୋଇ ଯାଇଥିଲା। ସେ ଯେତେବେଳେ ଦିଲ୍ଲୀର ବିକାଶ ମାର୍ଗ ଦେଇ ଯାଉଥିଲେ ହଠାତ୍ ତାଙ୍କୁ ପରିଶ୍ରା ଲାଗିଥିଲା। ସେ ଗାଡିକୁ ରାସ୍ତାରେ ରଖି ପରିଶ୍ରା ପାଇଁ ଯାଇଥିଲେ। ପରିଶ୍ରା କରି ଆସିଲା ବେଳେ ତାଙ୍କ ଗାଡ଼ି ଉପରେ ଲୁହାର ପୋଲ୍ ଖସି ପଡ଼ିଥିଲା। ସ୍ଥାନୀୟଲୋକମାନେ ଏହାକୁ ସାଗରଙ୍କ ସୌଭାଗ୍ୟ ବୋଲି କହୁଛନ୍ତି। ସେ ଯଦି ପରିଶ୍ରା ନଯାଇ ଗାଡ଼ି ଭିତରେ ଥାଆନ୍ତେ ତେବେ ନିଶ୍ଚିତ ଏକ ଦୁର୍ଘଟଣା ଘଟି ଯାଇଥାଆନ୍ତ । ଇଶ୍ୱରଙ୍କ କୃପାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ସମେତ ଉତ୍ତର ଭାରତରେ ରବିବାର ହୋଇଥିବା କାଳବୈଶାଖୀରେ ୬୦ରୁ ଊର୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/car-1526298146.jpg)