ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅମରୋହାରେ ଜଣେ କନଷ୍ଟେବଳଙ୍କୁ ତାଙ୍କ ପଡ଼ୋଶୀ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିବା ମହଙ୍ଗା ପଡ଼ିଛି। ଏହି ଘଟଣାରେ ସାମିଲ ଥିବା କନଷ୍ଟେବଳଙ୍କ ନାମ ନରେଶ କୁମାର ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, କନଷ୍ଟେବଳ ନରେଶ କୁମାର ଅମରୋହାରେ ବସବାସ କରନ୍ତି। ତାଙ୍କ ପଡ଼ିଶାରେ ରହୁଥିବା ଦମ୍ପତିଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲା। ଯାହାର ସମାଧାନ ପାଇଁ ନରେଶ ଦିନେ ଉକ୍ତ ଦମ୍ପତିଙ୍କ ଘରକୁ ଯାଇଥିଲେ। ଏହି ସମୟରେ ସେ ପଡ଼ିଶାରେ ରହୁଥିବା ମହିଳାଙ୍କ ଫୋନ ନମ୍ବର ନେଇ ଆସିଥିଲା।
ଏପରି ଭାବେ ନରେଶ ଦମ୍ପତିଙ୍କ ଝଗଡ଼ା ଶାନ୍ତ କରିବାକୁ ପଡ଼ିଶା ଘରକୁ ଯିବା ଆସିବା କରୁଥିଲେ। ଏହାରି ଭିତରେ କନଷ୍ଟେବଳ ପଡ଼ିଶା ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲେ। ଏହି ସମ୍ପର୍କକୁ ନେଇ ମହିଳାଙ୍କ ସ୍ବାମୀଙ୍କୁ ସନ୍ଦେହ ହୋଇଥିଲା। ତେଣୁ ସେ ସ୍ତ୍ରୀଙ୍କୁ ଧରିବା ପାଇଁ ଏକଦା ଦୁଇଦିନ ପାଇଁ କାମରେ ବାହାରକୁ ଯିବାକୁ କହି ଘରୁ ବାହାରି ଯାଇଥିଲେ। କିନ୍ତୁ କିଛି ଘଣ୍ଟା ପରେ ସ୍ବାମୀ ଘରକୁ ଫେରି ଆସି ଦେଖନ୍ତି ତ ତାଙ୍କ ସ୍ତ୍ରୀ ଘରେ ନଥିଲେ। ସେ ସନ୍ଦେହ କରି ପଡ଼ିଶାରେ ଥିବା କନଷ୍ଟେବଳ ନରେଶ କୁମାରଙ୍କ ଘର ଭିତରକୁ ପଶି ଯାଇଥିଲେ। ଏହି ସମୟରେ ସେ ସ୍ତ୍ରୀଙ୍କୁ ନରେଶଙ୍କ ଘରେ ଆପତ୍ତିଜନକ ଅବସ୍ଥାରେ ଦେଖି କିଛି ସମୟ ପାଇଁ ସ୍ଥାଣୁ ପାଲଟି ଯାଇଥିଲେ।
#Amroha
यूपी पुलिस में सिपाही नरेश कुमार पड़ोसन के घर में प्रेमालाप में जुटा था तभी महिला का पति अचानक घर आ गया और दोनों की जमकर पिटाई कर दी, 🚔 दरअसल दम्पति के बीच मतभेद रहता था.. पड़ोस में रहने वाला सिपाही पति - पत्नि के बीच विवाद को सुलझाने कई बार आया और सिपाही ने अपना मोबाइल… pic.twitter.com/6Axx6eFt17— 🇮🇳 ςђสŇdสŇ RคᎥ 🇮🇳 (@chandanmedia) August 16, 2024
ଏହାପରେ କନଷ୍ଟେବଳ ଓ ତାଙ୍କ ସ୍ତ୍ରୀଙ୍କୁ ନିସ୍ତୁକମାଡ଼ ମାରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ କନଷ୍ଟେବଳ ନରେଶଙ୍କୁ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି।