ନୂଆଦିଲ୍ଲୀ : ଜଣେ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେବା ପାଇଁ ତାଙ୍କ ପୁଅ ଏବଂ ସ୍ତ୍ରୀ ଯାହା କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଏ କାହାଣୀ ୫୪ବର୍ଷୀୟ ରହମାନଙ୍କର । ଯାହାଙ୍କର କିଡ୍ନୀ ଏବଂ ଯକୃତ ଏକା ସାଙ୍ଗରେ ଖରାପ ହୋଇ ଯାଇଥିଲା । ବିଭିନ୍ନ ପରୀକ୍ଷା ନୀରିକ୍ଷା ପରେ ଏହାକୁ ବଦଳାଇବା ହିଁ ଏକମାତ୍ର ବାଟ ବୋଲି କହିଥିଲେ ଡ଼ାକ୍ତର । ଯାହା ପରେ ରହମାନଙ୍କ ପୁଅ ଯକୃତ ଏବଂ ତାଙ୍କ ସ୍ତ୍ରୀ କିଡ୍ନୀ ଦାନ କରି ତାଙ୍କ ଜୀବନ ବଞ୍ଚାଇଥିଲେ ।
/sambad/media/post_attachments/wp-content/uploads/2019/06/Surgeons-about-to-perform-an-operation-300x200.jpg)
ପ୍ରଥମେ ସମସ୍ୟା ସାମ୍ନାକୁ ଆସିବା ପରେ ଡ଼ାକ୍ତର କିଡ୍ନୀ ଏବଂ ଯକୃତ ଦାନ କରିବା ପାଇଁ ଲୋକ ଖୋଜିବା ଆରମ୍ଭ କରିଥିଲେ । କିନ୍ତୁ କେହି ବି ମିଳି ନଥିଲି । ଅନେକ ସନ୍ଧାନ ପରେ କେହି ନ ମିଳିବାରୁ ରହମାନଙ୍କ ପୁଅ ଏବଂ ପତ୍ନୀ ଯକୃତ ଏବଂ କିଡ୍ନୀ ଦେବା ପାଇଁ ମନସ୍ଥ କରିଥିଲେ । ଯାହା ପରେ ଏକା ସାଙ୍ଗରେ ୩ଟି ଅସ୍ତ୍ରୋପଚାର କରାଯାଇଥିଲା । ୨୪ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରତିରୋପଣ କାମ ଡ଼ାକ୍ତର ଚାଲୁ ରଖିଥିବା ବେଳେ ରହମାନଙ୍କୁ ଶେଷରେ ନୂଆ ଜୀବନ ମିଳିଥିଲା ।