ନୂଆଦିଲ୍ଲୀ: ବିମାନରେ ସାମଗ୍ରୀ ହଜିଯିବାର ନଚେତ ଅଦଳ ବଦଳ ହୋଇଯିବାର ଘଟଣା ପ୍ରାୟତଃ ସାମ୍ନାକୁ ଆସିଥାଏ। ତେବେ ଏଭଳି ଘଟଣାକୁ ନେଇ କଷ୍ଟମର ସର୍ଭିସଙ୍କୁ ଯୋଗାଯୋଗ କଲେ ମଧ୍ୟ ସେମାନଙ୍କ ତରଫରୁ କୌଣସି ସନ୍ତୋଷଜନକ ଉତ୍ତର ଆସି ନଥାଏ ବୋଲି ଅଭିଯୋଗ ହୋଇଛି।
ଏମିତି ଏକ ଘଟଣା ସପ୍ଟୱୟାର ଇଞ୍ଜିନିୟର ନନ୍ଦନ କୁମାରଙ୍କ ସହିତ ଘଟିଥିଲା। ସେ ନିଜର ହଜି ଯାଇଥିବା ସାମଗ୍ରୀ ଖୋଜି ପାଇବା ପାଇଁ ଏୟାରଲାଇନ କମ୍ପାନି ୱେବସାଇଟ ହ୍ୟାକ କରିଥିଲେ।
ସୂଚନାଯୋଗ୍ୟ, ପଟନାରୁ ବେଙ୍ଗାଲୁରୁ ଇଣ୍ଡିଗୋ ବିମାନରେ ନନ୍ଦନ କୁମାର ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କ ବ୍ୟାଗ ଅନ୍ୟ ଜଣେ ଯାତ୍ରୀଙ୍କ ବ୍ୟାଗ ସହିତ ଅଦଳବଦଳ ହୋଇଯାଇଥିଲା। ଏହାକୁ ନେଇ ସେ ଇଣ୍ଡିଗୋ କଷ୍ଟମର ସର୍ଭିସ ସହିତ ସମ୍ପର୍କ କରିଥିଲେ। କିନ୍ତୁ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ମିଳି ନଥିଲା। ଏହାପରେ ସେ ଇଣ୍ଡିଗୋ ୱେବସାଇଟ ହ୍ୟାକ କରିଥିଲେ।
Hey @IndiGo6E ,
Want to hear a story? And at the end of it I will tell you hole (technical vulnerability )in your system? #dev#bug#bugbounty 😝😝 1/n— Nandan kumar (@_sirius93_) March 28, 2022
ୱେବସାଇଟ ହାକ କରି ନନ୍ଦନ ଶେଷରେ ପାସେଞ୍ଜର କଣ୍ଟାକ୍ଟ ଡିଟେଲ ଏକ ନେଟୱାର୍କ ରେସପନ୍ସରେ ପାଇଥିଲେ।
ତେବେ ଯାହାଙ୍କ ସହିତ ନନ୍ଦନ କୁମାରଙ୍କ ବ୍ୟାଙ୍କ ଏକ୍ସଚେଞ୍ଜ ହୋଇଥିଲା ଉକ୍ତ ଯାତ୍ରୀଙ୍କ ଘର ସେହି ପାଖରେ ହିଁ ଥିଲା। ତେଣୁ ଏୟାରଲାଇନ୍ସ କମ୍ପାନିର ସାହାଯ୍ୟ ବିନା ଦୁଇଯାତ୍ରୀ ଭେଟାଭେଟି ହୋଇ ନିଜର ସାମଗ୍ରୀ ପାଇ ଯାଇଥିଲେ।
ଏଥିସହିତ ନନ୍ଦନ କୁମାର ଏୟାରଲାଇନ କମ୍ପାନିଙ୍କୁ କିଛି ପ୍ରସ୍ତାବ ଦେଇ କହିଛନ୍ତି, କଷ୍ଟମର ସେବାକୁ ଉନ୍ନତ କରିବା ପାଇଁ ଆଇଭିଆର ଫିକ୍ସ କରନ୍ତୁ। ଏଥିସହିତ ଯାତ୍ରୀଙ୍କ ଡାଟା ଲିକ ନହେଉ ସେଥିପାଇଁ ୱେବସାଇଟକୁ ସର୍ବପ୍ରଥମେ ଫିକ୍ସ କରନ୍ତୁ।