ମୁମ୍ବାଇ: ଜଣେ ମହିଳାଙ୍କ ନିତମ୍ବ ସ୍ପର୍ଶ କରିଥିବା ବ୍ୟକ୍ତିଙ୍କୁ ଏକ ମାଜିଷ୍ଟ୍ରେଟ୍‌ କୋର୍ଟ ଗୋଟିଏ ଦିନ ପାଇଁ  ବସାଇ ରଖିଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

Advertisment

ରିପୋର୍ଟରେ ଉଲ୍ଲେଖ ଅଛି, ଏହି ଅପରାଧକୁ ଜଘନ୍ୟ ମନେକରିବା ସହିତ ‘ଉତ୍ତମ ଆଚରଣ’ କରିବ ବୋଲି ‘ବଣ୍ଡ୍‌’ ବା ମୁଚାଲିକାରେ ଅଭିଯୁକ୍ତଙ୍କୁ ଛାଡ଼ିବା ଅନୁଚିତ ବୋଲି ବିଚାର କରି ମାଜିଷ୍ଟ୍ରେଟ୍‌ ‘ରାଇଜିଙ୍ଗ୍‌ ଅଫ୍‌ ଦି କୋର୍ଟ’ ଦଣ୍ଡବିଧାନ କଲେ। ଅର୍ଥାତ୍‌ ସେ ଦିନର କୋର୍ଟ କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ପୁଲିସ ହେପାଜତରେ ଅଭିଯୁକ୍ତ କୋର୍ଟ ପ୍ରକୋଷ୍ଠରେ ବସି ରହିବେ।

Accused turns lawyer in UP, proves own innocence

ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ୨୦୧୯ ଅଗଷ୍ଟ ୧୩ ସକାଳ ୯.୨୪ରୁ ୯.୨୮ମଧ୍ୟରେ ଚର୍ଚ୍ଚଗେଟ୍‌ ଅଭିମୁଖେ ଯାଉଥିବା ଏକ ଲୋକାଲ୍‌ ଟ୍ରେନ୍‌ରେ ବାନ୍ଦ୍ରା ଷ୍ଟେସନ୍‌ରେ ଘଟିଥିଲା।  ଟ୍ରେନ୍‌ରେ ୪୫ ବର୍ଷୀୟ ରାଜୁ ଚୌହାନ ନାମକ ଜଣେ ବ୍ୟକ୍ତି ସେ ମହିଳାଙ୍କ ନିତମ୍ବକୁ ବାରମ୍ବାର ସ୍ପର୍ଶ କରିଥିଲେ। ସେ ଟ୍ରେନ୍‌ରେ ବୋରିୱିଲି ଷ୍ଟେସନ୍‌ରୁ ନିଜ ଭାଇ ସହିତ ମହିଳାଜଣକ ଏଲ୍‌ଫାଇନ୍‌ଷ୍ଟୋନ୍‌ ଯାଉଥିଲେ। ବାନ୍ଦ୍ରା ରେଳ ଷ୍ଟେସନ୍‌ରେ ମହିଳାଜଣକ ‘ଡୋର୍‌’ ନିକଟରେ ଠିଆ ହୋଇଥିବା ବେଳେ ଅଭିଯୁକ୍ତ ପଛରେ ଠିଆ ‌ହୋଇ ତାଙ୍କ ନିତମ୍ବକୁ ସ୍ପର୍ଶ କରିଥିଲେ। କ’ଣ କରୁଛ ବୋଲି ମହିଳା ଜଣକ ପାଟି କରି କହିବାରୁ ଅଭିଯୁକ୍ତ କହିଲେ, ‘ସରି’ ବୋଲି କହିଲେ। କିନ୍ତୁ, ତା’ପରେ ବି ଅଭିଯୁକ୍ତ ବାରମ୍ବାର ଉକ୍ତ ମହିଳାଙ୍କ ନିତମ୍ବ ସ୍ପର୍ଶ କଲେ। ଫଳରେ ଦୁହିଁଙ୍କ ମଧ୍ୟରେ ବିବାଦ ହେଲା। ସମ୍ପୃକ୍ତ ମହିଳା ଓ ତାଙ୍କ ଭାଇ ଅଭିଯୁକ୍ତଙ୍କୁ ଧରିପକାଇ ପୁଲିସକୁ ହସ୍ତାନ୍ତର କରିଥିଲେ।

ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ବି. କେ. ଗୱାଣ୍ଡେ କହିଛନ୍ତି, ମହିଳାଙ୍କ ପ୍ରମାଣ ସ୍ପଷ୍ଟ ପ୍ରତିପାଦନ କରୁଛି ଯେ, ଅଭିଯୁକ୍ତ ଜାଣିଶୁଣି ଏଭଳି କାର୍ଯ୍ୟ କରିଥିଲେ। ଅଜାଣତରେ ବା ଉଦ୍ଦେଶ୍ୟହିନ ଭାବେ କେହି ନିତମ୍ବ ସ୍ପର୍ଶ କରିଥିଲେ କ‌ୌଣସି ମହିଳା ଏତେ ପ୍ରତିକ୍ରିୟାଶୀଳ ହୋଇ ନ ଥାନ୍ତେ।