ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ପ୍ରତିଦିନ ବିଭିନ୍ନ ପ୍ରକାର ହୃଦୟବିଦାରକ ଘଟଣା ସାମ୍ନାକୁ ଆସୁଛି। ଏଭଳି ସମୟରେ ପରିବାରରୁ ଯଦି କେହି କରୋନାରେ ସଂକ୍ରମିତ ହୋଇଯାଉଛନ୍ତି କି ରୋଗରେ ପଡ଼ିଯାଉଛନ୍ତି ତେବେ ନିଜ ଲୋକ ତାଙ୍କୁ ବଞ୍ଚାଇବା ପାଇଁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରୁଛନ୍ତି। ଏଭଳି ସମୟରେ କ’ଣ ଭୁଲ କ’ଣ ଠିକ ସେମାନେ ସ୍ଥିର କରି ପାରୁ ନାହାନ୍ତି।
ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ନିଜ ଅନ୍ତସତ୍ତ୍ବା ସ୍ତ୍ରୀର ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଡକାଇ ଥିଲେ। ଆମ୍ବୁଲାନ୍ସ ପହଞ୍ଚୁଛି ପହଞ୍ଚୁଛି କହି ଘଣ୍ଟାଘଣ୍ଟା ଧରି ପହଞ୍ଚି ନଥିଲା। ରାତି ୧୧ଟାରେ ଫୋନ କରାଯାଇଥିଲେ ହେଁ ତା’ପର ଦିନ ଯାଇ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ତେଣୁ ଅନ୍ତସତ୍ତ୍ବାଙ୍କ ସ୍ବାମୀ ସୁନୀଲ ଏଥିରେ ଉତକ୍ଷିପ୍ତ ହୋଇ ଅକ୍ସିଜେନ ଆମ୍ବୁଲାନ୍ସ ସହିତ ଆମ୍ବୁଲାନ୍ସ ଚାଳକଙ୍କୁ ୨ଘଣ୍ଟା ଧରି ଅଟକ ରଖି ଦେଇଥିଲେ।
/sambad/media/post_attachments/b45c364f0dfd5487bd41bc1db9de5ad9ef940bc5bdaeddb48c3f05ecf4e8de38.jpg)
ଏହି ଘଟଣାର ଖବର ପହଞ୍ଚିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀ ସୁନୀଲଙ୍କୁ ବୁଝାସୁଝା କରି ଆମ୍ବୁଲାନ୍ସ ଚାଳକଙ୍କୁ ସେଠାରୁ ଉଦ୍ଧାର କରିଥିଲା। ଉକ୍ତ ଆମ୍ବୁଲାନ୍ସରେ ଅନ୍ତସତ୍ତ୍ବା ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଅନ୍ତସତ୍ତ୍ବା ମହିଳା ସୁସ୍ଥ ଅଛନ୍ତି।
ତେବେ ଏହି ଘଟଣାକୁ ନେଇ ସୁନୀଲ କହନ୍ତି, ଏବେ ମହାମାରୀ କରୋନା ପାଇଁ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି। ହସ୍ପିଟାଲମାନଙ୍କରେ ବେଡ ମିଳିବା ବହୁତ କଷ୍ଟ। ଏପଟେ ସ୍ତ୍ରୀର ଶରୀର ଅବସ୍ଥା ବି ଠିକ ନଥିଲା। ବାରମ୍ବାର ଆମ୍ବୁଲାନ୍ସକୁ ଫୋନ କରିଥିଲେ ହେଁ ସେ ଆସିବାରେ ହେଳା କରିଥିଲା। ଆଜି ଯଦି ସ୍ତ୍ରୀର କ’ଣ ହୋଇଯାଇଥାଆନ୍ତା, ତେବେ କିଏ ଦାୟୀ ହୋଇଥାଆନ୍ତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Untitled-1-copy-37.jpg)