ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପରକୁ ଚପଲ ମାଡ, ଚପଲ ଫିଙ୍ଗାଳି ଚନ୍ଦନ ଗିରଫ

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପରକୁ ଆଜି ଚପଲ ଫିଙ୍ଗା ଯାଇଛି । ସଂରକ୍ଷଣକୁ ବିରୋଧ କରି ଜଣେ ଯୁବକ ତାଙ୍କ ଉପରକୁ ଚପଲ ଫିଙ୍ଗିଥିଲେ ମଧ୍ୟ ତାହା ତାଙ୍କ ଉପରେ ପଡିନଥିଲା । କିନ୍ତୁ ସଂପୃକ୍ତ ଯୁବକକୁ ଜେଡିୟୁ କର୍ମୀମାନେ ଭଲକରି ଉତ୍ତମ-ମଧ୍ୟମ ଦେଇଛନ୍ତି । ସଂପୃକ୍ତ ଯୁବକର ନାଁ ଚନ୍ଦନ ବୋଲି ଜଣାପଡିଛି । ତାକୁ ପୁଲିସ ଗିରଫ କରିଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍ମ ବାର୍ଷିକୀ ଅବସରରେ ଜେଡିୟୁ ପକ୍ଷରୁ ଏକ ଛାତ୍ର ସମାଗମ ଅନୁଷ୍ଠିତ ହେଉଥିଲା । ଏହି ସଭାରେ ହିଁ ଏହି ଘଟଣା ଘଟିଥିଲା । ଚନ୍ଦନଙ୍କୁ ପୁଲିସ ନେଉଥିବାବେଳେ ସେ କହିଥିଲେ ଯେ ସେ ପକ୍ଷପାତପୂର୍ଣ୍ଣ ସଂରକ୍ଷଣ ନୀତିର ବିରୋଧୀ । ଏହି ସଂରକ୍ଷଣନୀତି ଯୋଗୁଁ କେବଳ ଧନୀ ଦଳିତ ଓ ପଛୁଆ ବର୍ଗ ଉପକୃତ ହେଉଛନ୍ତି । କିନ୍ତୁ ପ୍ରକୃତ ଗରିବ ପଛରେ ରହିଯାଉଛନ୍ତି ।

ସମ୍ବନ୍ଧିତ ଖବର