ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ସର୍ବଦା ବିମାନରେ ବସି ଉଡ଼ିବାର ସ୍ୱପ୍ନ ଦେଖୁଥିଲେ। ତାଙ୍କର ଏହି ସ୍ବପ୍ନ ତାଙ୍କୁ ଏତେ ପ୍ରଭାବିତ କଲା ଯେ ଶେଷରେ ସେ ବିମାନ ଭଳି ଦିଶୁଥିବା ଘର ତିଆରି କଲେ। ତାଙ୍କର ଏହି କୀର୍ତ୍ତିମାନ ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ବ୍ୟକ୍ତି ଏଭଳି ଏକ ଘର ନିର୍ମାଣ କରିଛନ୍ତି ଯାହା ଦେଖିବାକୁ ବିମାନ ଭଳି।
ଏହି ଘର ଭୂମିଠାରୁ ୬ ମିଟର ଉଚ୍ଚରେ ନିର୍ମିତ ହୋଇଛି। ଅର୍ଥାତ୍ ଘରେ ପ୍ରବେଶ କରିବାବେଳେ ଆପଣଙ୍କୁ ଏକ ବିମାନରେ ପ୍ରବେଶ କରିବା ପରି ଅନୁଭବ ହେବ। ଏଥିରେ ଦୁଇଟି ଶୟନ କକ୍ଷ ଏବଂ ଦୁଇଟି ଗାଧୁଆ ଘର ଅଛି। ଏହାର ନିର୍ମାଣରେ ସିମେଣ୍ଟ ମଧ୍ୟ ବ୍ୟବହୃତ ହୋଇଛି, ଯେଉଁ କାରଣରୁ ଇଞ୍ଜିନଟି ସତସତିକା ଇଞ୍ଜିନ ଭଳି ଲାଗୁଛି। ବିମାନର ଡେଣା ଏବଂ ଲାଞ୍ଜ ମଧ୍ୟ ସିମେଣ୍ଟରେ ତିଆରି କରାଯାଇଛି।
ସୂଚନା ମୁତାବକ, ଏହି ସୁନ୍ଦର ଘରଟି ୪୩ବର୍ଷିୟ କ୍ରାଚ୍ ପୋଭ୍ ତିଆରି କରିଛନ୍ତି। ସେ କାମ୍ବୋଡିଆର ସିଏମ୍ ରିପ୍ ପ୍ରଦେଶରେ ରୁହନ୍ତି। ସେ କହିଛନ୍ତି, ‘ମୁଁ ବହୁତ ଉତ୍ସାହିତ ଯେ ମୁଁ ମୋର ସ୍ୱପ୍ନକୁ ପୂରଣ କରିପାରିବି। ଏବେ ନିର୍ମାଣ କାମ ଶତପ୍ରତିଶତ ଶେଷ ହୋଇନାହିଁ। ୩୦ବର୍ଷ ହେଲା ମୁଁ ଟଙ୍କା ସଞ୍ଚୟ କରୁଥିଲି। ଏପର୍ଯ୍ୟନ୍ତ ମୁଁ ୧୬ଲକ୍ଷ ଟଙ୍କା ଘର ନିର୍ମାଣରେ ଖର୍ଚ୍ଚ କରିସାରିଛି।
ସେ ଆହୁରି କହିଛନ୍ତି ଯେ ସେ ତାଙ୍କ ଘର ପାଖରେ ଏକ କଫି ଦୋକାନ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି, ଯାହାଦ୍ୱାରା ପର୍ଯ୍ୟଟକମାନେ ସେଠାକୁ ବୁଲିବାକୁ ଆସିବେ। ତେବେ ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ତାଙ୍କ ଘର ଦେଖିବାକୁ ଆସିସାରିଥିବା ସେ କହିଛନ୍ତି।