ପଶ୍ଚିମବଙ୍ଗରେ ପ୍ରଥମ କରୋନା ମୃତ୍ୟୁ, ଫେବୃଆରି ୧୬ରୁ ଜ୍ୱର ଓ କାଶ ସମସ୍ୟା ନେଇ ଡାକ୍ତରଖାନାରେ ଚିକିତ୍ସିତ ଥିଲେ

କୋଲକାତା: ନୋବେଲ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ପଶ୍ଚିମବଙ୍ଗର ଜଣେ ୫୭ବର୍ଷିୟ ବ୍ୟକ୍ତି ସୋମବାର କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ସୋମବାର ଦିନ ପ୍ରାୟ ୩ଟା ୩୫ମିନିଟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଖବର ମିଳିଛି | ସେ ଉତ୍ତର କୋଲକାତାର ବାସିନ୍ଦା ଥିଲେ। ଡାକ୍ତରଖାନାର ସୂତ୍ର ଅନୁଯାୟୀ, ମୃତ ୫୭ବର୍ଷ ବୟସ୍କ ବ୍ୟକ୍ତି ଜ୍ୱର ଓ କାଶ ସମସ୍ୟା ନେଇ ଫେବୃଆରୀ ୧୬ରୁ ଭେଣ୍ଟିଲିଟରରେ ଥିଲେ | କୋୖଣସି ବିଦେଶ ଯାତ୍ରା ନକରି ମଧ୍ୟ ସେ ଏହି କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିଲେ| ସଂକ୍ରମିତ ହେବା ପୂର୍ବରୁ ସେ ଛତିଶଗଡ଼ର ବିଳାସପୁରରୁ ଫେରିଥିଲେ ବୋଲି ସୂଚନା ରହିଛି |

Image result for death
Sabrangindia

ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ମୃତକଙ୍କର ଶ୍ୱାସଜନିତ ସମସ୍ୟା ରହିଥିଲା | ସୁସ୍ଥ କରିବା ପାଇଁ ତାଙ୍କ ଉପରେ କଡା ନଜର ରଖା ଯାଇଥିଲେ ମଧ୍ୟ ଆଜି ତାଙ୍କର ମୃତ୍ୟୁ ଘଟିଛି | ତାଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପରିବାର ଲୋକଙ୍କୁ ଆଇସୋଲସନରେ ରଖାଯାଇଛି |

ସମ୍ବନ୍ଧିତ ଖବର