ସାଧା ପୋଷାକରେ ଲାଠିମାଡ଼ କରୁଥିବା ବ୍ୟକ୍ତି ଜଣେ ପୁଲିସ ଯବାନ, ସ୍ପଷ୍ଟ କଲା ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ : ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଦଙ୍ଗା ପ୍ରସଙ୍ଗ ଦିନକୁ ଦିନ ଅଧିକ ଜଟିଳ ହେଉଛି । ଲାଠିମାଡ଼ ବେଳେ ପୁଲିସ ସହିତ ସାଧା ପୋଷାକରେ ଥିବା ବ୍ୟକ୍ତିଙ୍କୁ ନେଇ ପ୍ରଶ୍ନ ଉଠିବା ପରେ ସେ ସଂପର୍କରେ ସ୍ପଷ୍ଟୀକରଣ ଦେଇଛି ଦିଲ୍ଲୀ ପୁଲିସ । ସେ ଜଣେ ପୁଲିସ ଯବାନ ଓ ତାଙ୍କ ନାଁ ଅରବିନ୍ଦ । ସେ ଅଟୋ ଚୋରୀ ନିରୋଧୀ ସ୍କ୍ଵାର୍ଡର ସଦସ୍ୟ । ଏହି ଏଏଟିଏସ ସଦସ୍ୟମାନେ ସାଧାରଣତଃ ସାଧା ପୋଷାକରେ ଥାଆନ୍ତି ବୋଲି ଦିଲ୍ଲୀ ପୁଲିସ କହିଛି ।

ଅନ୍ୟପକ୍ଷରେ କ୍ୟାମ୍ପସ ଭିତରୁ ଖାଲି କ୍ୟାଟ୍ରିଜ ମିଳିବାକୁ ନେଇ ସଂଦେହ ଏପର୍ଯ୍ୟନ୍ତ ଜାରି ରହିଛି । କୌଣସି ଗୁଳି ଚଳାଇନଥିବା ପୁଲିସ ସ୍ପଷ୍ଟ କରିଥିବାବେଳେ ଗୁଳି ବାଜି ଆହତ ହୋଇଥିବା ଦାବି କରୁଥିବା ତିନିଜଣ ଛାତ୍ର ଏବେ ଚିକିତ୍ସିତ ହେଉଛନ୍ତି । ତେବେ ସେମାନଙ୍କ ଶରୀରରେ ଥିବା କ୍ଷତ ଗୁଳିଜନିତ ନୁହେଁ ବୋଲି ପ୍ରାରମ୍ଭିକ ଡାକ୍ତରୀ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ପୁଲିସ ପକ୍ଷରୁ କୁହାଯାଇଥିଲା ଯେ କ୍ୟାମ୍ପସ ଭିତରେ କେବଳ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା । ମିଳିଥିବା ଖାଲି କ୍ୟାଟ୍ରିଜ ସଂପର୍କରେ ତଦନ୍ତ କରାଯାଉଛି ବୋଲି ପୁଲିସ କହିଛି ।

ସମ୍ବନ୍ଧିତ ଖବର