ଭୋଟର୍‌ଙ୍କ ଫଟୋ ସ୍ଥାନରେ ଭୋଟ୍‌ ପରିଚୟ ପତ୍ରରେ କୁକୁର ଫଟୋ

ମୁର୍ଶିଦାବାଦ: ଭୋଟର୍‌ଙ୍କ ଫଟୋ ସ୍ଥାନରେ କୁକୁରର ଫଟୋ ଥିବା ଏକ ଭୋଟ୍‌ ପରିଚୟ ପତ୍ର ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅନ୍ତର୍ଗତ ରାମନଗର ଗାଁର ଜଣେ ବ୍ୟକ୍ତିଙ୍କୁ ଦିଆଯାଇଛି। କୁକୁର ଫଟୋ ଥିବା ଭୋଟ୍‌ ପରିଚୟ ପତ୍ର ପାଇଥିବା ବ୍ୟକ୍ତିଜଣକ ହେଉଛନ୍ତି ସୁନୀଲ କୁମାର କର୍ମକାର।

ବୁଧବାର ଦିନ ସୁନୀଲ କହିଛନ୍ତି ଯେ ସେ ତାଙ୍କ ଭୋଟ୍‌ ପରିଚୟ ପତ୍ର ସଂଶୋଧନ ନିମନ୍ତେ ଆବେଦନ କରିଥିଲେ। ସଂଶୋଧିତ ପରିଚୟ ପତ୍ର ଆସିବାରୁ ସେ ଦେଖିଲେ ତାଙ୍କ ଫଟୋ ପରିବର୍ତ୍ତେ ସେଥିରେ ଗୋଟାଏ କୁକୁରର ଫଟୋ ଛାପା ହୋଇଛି। ସେମାନେ ତାଙ୍କ ମର୍ଯ୍ୟାଦା ସହ ଖେଳିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ପରେ ସୁନୀଲ ଯାଇ ସ୍ଥାନୀୟ ବ୍ଲକ୍‌ ଉନ୍ନୟନ ଅଧିକାରୀଙ୍କ ନିକଟରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ।

Image Source: India.com

ତ୍ରୁଟି ସଂକ୍ରାନ୍ତରେ ସ୍ପଷ୍ଟିକରଣ ଦେଇ ବିଡିଓ ରାଜର୍ଶୀ ଚକ୍ରବର୍ତ୍ତୀ କହନ୍ତି ଯେ ଭୁଲ୍‌କ୍ରମେ ଏ ଭଳି ହୋଇଯାଇଛି। ତୁରନ୍ତ ତାହାକୁ ରଦ୍ଦ କରାଯାଇ ସଂଶୋଧିତ କାର୍ଡ ଦିଆଯିବ।

କେହି ଅନ୍‌ଲାଇନ୍‌ରେ ଆବେଦନ କରିବା ବେଳେ ଭୋଟର୍‌ଙ୍କ ଫଟୋ ସ୍ଥାନରେ କୁକୁର ଫଟୋ ରଖି ଦେଇଥାଇ ପାରେ। ସେ ଯାହାହେଉ, ଭୋଟର୍‌ କାର୍ଡ ସ୍ଥାୟୀ ନୁହେଁ। ତାହା ସଂଶୋଧନ କରାଯାଇ ପାରିବ।

ସମ୍ବନ୍ଧିତ ଖବର