ନୂଆଦିଲ୍ଲୀ: ସ୍ୱଚ୍ଛତା ପରେ ଜନ ସହଭାଗିତାର ଭାବନା ଆଜି ଜଳ ସଂରକ୍ଷଣ କ୍ଷେତ୍ରରେ ବ୍ୟାପକ ମାତ୍ରାରେ ପ୍ରସାରିତ ହୋଇଛି। ଜଳ ସଂରକ୍ଷଣ ପାଇଁ ଦେଶର ପ୍ରତ୍ୟେକ କୋଣରେ ଅନେକ ଅଭିନବ ପ୍ରୟାସ ଚାଲିଛି। ଗତ ବର୍ଷା ଋତୁରେ ଆରମ୍ଭ କରାଯାଇଥିବା ‘ଜଳ ଶକ୍ତି ଅଭିଯାନ’ ଜନ ସହଭାଗିତା ଦ୍ୱାରା ଅତ୍ୟଧିକ ସଫଳତା ଦିଗରେ ଅଗ୍ରସର ହେଉଛି। ସବୁଠାରୁ ବଡ଼ କଥା ହେଲା ଯେ, ଏହି ଅଭିଯାନରେ ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକ ନିଜର ଯୋଗଦାନ ଦେଇଛନ୍ତି। ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡରେ ଜନସହଭାଗିତାର ଉଦାହରଣ ମୋଦୀ ଦେଇଛନ୍ତି। ଏସବୁ ନୂଆ ଭାରତର ସଂକଳ୍ପକୁ ସୁଦୃଢ଼ କରୁଛି ବୋଲି ମୋଦୀ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଗତକାଲି କହିଛନ୍ତି।
ସେହିଭଳି ଭାରତରେ ହିଂସାର କୌଣସି ସ୍ଥାନ ନାହିଁ। ହିଂସା ଦ୍ବାରା କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ମୋଦୀ କହିଛନ୍ତି। ଲୋକମାନେ ଏକ ନୂଆ ଭାରତ ଗଠନ କରନ୍ତୁ, ଯେଉଁଠି ପ୍ରତ୍ୟେକ ସମସ୍ୟାର ସମାଧାନ ଶାନ୍ତି ମାଧ୍ୟମରେ ହେବ। ମୋଦୀ କହିଛନ୍ତି ଦେଶରେ ଖେଲୋ ଇଣ୍ଡିଆ ଭଳି ଆସନ୍ତା ଫେବ୍ରୁଆରି ୨୨ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ କଟକ ଏବଂ ଭୁବନେଶ୍ବରରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ହେବ। ଏହି କ୍ରୀଡ଼ାରେ ଭାଗ ନେବା ପାଇଁ ୩୦୦୦ରୁ ଅଧିକ ଖେଳାଳୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ମନ୍ କୀ ବାତ୍ର ୬୧ତମ ସଂସ୍କରଣ ପୂର୍ବାହ୍ନ ୧୧ଟା ପରିବର୍ତ୍ତେ ସନ୍ଧ୍ୟା ୬ଟାରେ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/dg4jhd8jh7dh984dh654dfh65df65hfdshfdshfhfshsfhsfhsfh.jpg)