ମନ୍ କୀ ବାତ୍: ସ୍ବଚ୍ଛ ଭାରତ ଅଭିଯାନରେ ଲୋକଙ୍କ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ସ୍ବଚ୍ଛ ଭାରତ ଅଭି‌ଯାନରେ ଲୋକଙ୍କ ଯୋଗଦାନ ତଥା ପଲିଥିନ ବଦଳରେ କନା ବ୍ୟାଗ୍‌ର ବ୍ୟବହାରକୁ ଖୁବ୍ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ୮୬ତମ ମନ୍ କୀ ବାତ୍ ରେଡିଓ କାର୍ଯ୍ୟକ୍ରମରେ କହିଲେ ଯେ, ରାଜସ୍ଥାନର ସୱାଇ ମାଧୋପୁରରେ ସେ ଲୋକମାନଙ୍କର ଏକ ପ୍ରେରଣାଦାୟୀ ପ୍ର‌ଚେଷ୍ଟା ଦେଖିଛନ୍ତି। ରନ୍ଥାମ୍ବୋରଠାରେ ଯୁବକମାନେ ‘ପ୍ଲାଷ୍ଟିକ୍‌-ମୁକ୍ତ ଅଭିଯାନ’ ଆରମ୍ଭ କରିଛନ୍ତି। ରନ୍ଥାମ୍ବୋର ଜଙ୍ଗଲରୁ ସେମାନେ ପ୍ଲାଷ୍ଟିକ୍ ଜରି ଆଦି ଗୋଟାଇ ସଫା କରୁଛନ୍ତି। ଏପରି ସାମୂହିକ ଉଦ୍ୟମ ଅନ୍ୟ ଲୋକମାନଙ୍କୁ ମଧ୍ୟ ପ୍ରେରଣା ଦେଉଛି। ସବୁ ଲୋକ ଯଦି ଦେଶକୁ ସ୍ବଚ୍ଛ, ନିର୍ମଳ ଓ ପ୍ଲାଷ୍ଟିକ୍ ଆବର୍ଜନା-ମୁକ୍ତ କରିବାକୁ ଉଦ୍ୟମ କରିବେ ତେବେ ଆମେ ଭାରତକୁ ସମ୍ପୂର୍ଣ୍ଣ ସ୍ବଚ୍ଛ କରିଦେଇପାରିବା ବୋଲି ସେ କହିଥିଲେ।

ସେ ପୁଣି କହିଲେ ଯେ, ବିଶାଖାପାଟଣାଠାରେ ସ୍ବଚ୍ଛ ଭାରତ ଅଭିଯାନରେ ପଲିଥିନ୍ ବ୍ୟାଗ୍ ବଦଳରେ କନା ବ୍ୟାଗ୍‌ର ବ୍ୟବହାରକୁ ଗୁରୁତ୍ବ ଦିଆଯାଉଛି। ସ୍ଥାନୀୟ ଲୋକମାନେ ଥରେମାତ୍ର-ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ବିରୋଧରେ ଅଭିଯାନ ଚଳାଇଛନ୍ତି। ଏହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମୋଦୀ କହିଥିଲେ।

ସମ୍ବନ୍ଧିତ ଖବର