ଓଡ଼ିଶାର ଜଗତ୍‌ସିଂହପୁରର ସହିଦ ପ୍ରସନ୍ନ ସାହୁଙ୍କ ପତ୍ନୀ ମୀନାଙ୍କର ଅଦମନୀୟ ସାହସ ପ୍ରତି ଦେଶ ଅଭିବାଦନ ଜଣାଉଛି: ମନ୍‌କି ବାତ୍‌ରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ନମସ୍କାର ପ୍ରିୟ ଦେଶବାସୀ। ଦୁଃଖରେ ମ୍ରିୟମାଣ ହୋଇ ମୁଁ ‘ମନ୍‌କି ବାତ୍‌’ ଆରମ୍ଭ କରୁଛି। ୧୦ ଦିନ ତଳେ ଭାରତ ମାତାଙ୍କୁ ଅନେକ ବୀରପୁତ୍ରଙ୍କୁ ହରାଇବାକୁ ପଡ଼ିଥିଲା। ମାସିକ ରେଡିଓ କାର୍ଯ୍ୟକ୍ରମର ୫୩ତମ ସଂସ୍କରଣରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସେ କହିଛନ୍ତି: ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣ ଓ ସାହସୀ ଯବାନଙ୍କ ଆତ୍ମବଳିର ପରିଣାମ ସ୍ୱରୂପ ଦେଶବ୍ୟାପୀ ଜନତା ଦୁଃଖ ଓ କ୍ରୋଧ ପ୍ରକାଶ କରୁଛନ୍ତି। ସହିଦ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି ଚାରିଆଡ଼େ ଗଭୀର ସମ୍ବେଦନାର ବନ୍ୟା ଆସିଛି।

ଓଡ଼ିଶାର ଜଗତ୍‌ସିଂହପୁରର ସହିଦ ପ୍ରସନ୍ନ ସାହୁଙ୍କ ପତ୍ନୀ ମୀନାଙ୍କର ଅଦମନୀୟ ସାହସ ପ୍ରତି ଦେଶ ଅଭିବାଦନ ଜଣାଉଛି। ତାଙ୍କର ଏକମାତ୍ର ପୁତ୍ରକୁ ସିଆର୍‌ପିଏଫ୍‌କୁ ପଠାଇବାକୁ ସେ ପ୍ରତିଜ୍ଞା କରିଛନ୍ତି।

ମାତୃଭୂମୀ ଭାରତର ସମ୍ମାନ ରକ୍ଷା କରିବାକୁ ଜୀବନ ଦେଇଥିବା ଦେଶର ସାହସୀ ପୁତ୍ରଙ୍କ ଆଗରେ ମୁଁ ସସମ୍ମାନ ମଥାନତ କରୁଛି। ଆତଙ୍କବାଦର ମୂଳ ଉତ୍ପାଟନ କରିବାକୁ ଏ ମୃତ୍ୟୁ ଆମକୁ ଅନବରତ ଉତ୍ସାହ ଦେଇ ଚାଲିଥିବ, ଆମ ନିଷ୍ପତ୍ତିକୁ ଦୃଢ଼ କରିବ।

ଜାତିବାଦ, ସମ୍ପ୍ରଦାୟବାଦ, ଆଞ୍ଚଳିକବାଦ ଏବଂ ଅନ୍ୟାନ୍ୟ ମତପାର୍ଥକ୍ୟ ଆଦି ବାଧାକୁ ଭୁଲିଯାଇ ଦେଶ ସମ୍ମୁଖୀନ ହେଉଥିବା ଏ ଆହ୍ଵାନକୁ ଆମକ ମୁକାବିଲା କରିବାକୁ ପଡ଼ିବ। ତେବେ ଯାଇ ଆତଙ୍କବାଦ ବିରୋଧରେ ଆମର ପଦକ୍ଷେପ ଅଧିକ ଦୃଢ଼, ଟାଣୁଆ ଓ ନିର୍ଣ୍ଣୟକାରୀ ହୋଇ ପାରିବ।

ଆମ ସଶସ୍ତ୍ରବାହିନୀ ବରାବର ଅତୁଳନୀୟ ସାହସ ଓ ସୌର୍ଯ୍ୟ ପ୍ରଦର୍ଶନ କରିଛନ୍ତି। ଗୋଟିଏ ପକ୍ଷେ ସେମାନେ ଶାନ୍ତି ଫେରାଇ ଆଣିବାରେ ଦୃଷ୍ଟାନ୍ତମୂଳକ ସାମର୍ଥ୍ୟ ଦେଖାଇଛନ୍ତି; ଅନ୍ୟପକ୍ଷେ ସେମାନେ ଆକ୍ରମଣକାରୀ ବୁଝିପାରିବା ଭଳି ଭାଷାରେ ସମପରିମାଣର ପ୍ରତିଶୋଧ ନେଇ ପାରିଛନ୍ତି।

ତ୍ରିରଙ୍ଗ ଆବୃତ ସହିଦ ବିଜୟ ସୋରେନଙ୍କ ପାର୍ଥିବ ଅବଶେଷ ଝାଡ଼ଖଣ୍ଡର ଗୁମଲାରେ ପହଞ୍ଚିବା ପରେ ତାଙ୍କର ନିରୀହ ପୁତ୍ର ଥରକୁ ଥର କହିଲେ କି, ସେ ମଧ୍ୟ ସଶସ୍ତ୍ର ସେନାରେ ଯୋଗ ଦେବେ।

ସେ ସହିଦ ବିଜୟ ମୌର୍ଯ୍ୟଙ୍କ ପରିବାର ହେଉ, କଙ୍ଗ୍‌ରାର ସହିଦ ତିଳକରାଜଙକ୍‌ ପିତାମାତା ହୁଅନ୍ତୁ ବା କୋଟାର ସହିଦ ହେମରାଜଙ୍କ ୬ ବର୍ଷିୟ ପୁଅ ହେଉ- ସହିଦଙ୍କ ପରିବାରର କଥା ଉତ୍ସାହରେ ଭରପୂର।

ଦେଶପ୍ରେମ, ଆତ୍ମବଳି ଓ ପ୍ରତିବଦ୍ଧତାର ମୂଲ୍ୟ ବୁଝିବାକୁ ଜଣକୁ ଐତିହାସିକ ଘଟନାବଳୀକୁ ଫେରିବା ଆବଶ୍ୟକ ନାହିଁ। ଏସବୁ ଆପଣଙ୍କ ଆଖି ଆଗରେ ଜୀବନ୍ତ ଉଦାହରଣ… ଉଦୟ ଓ ଉଜ୍ଜ୍ୱଳ ଭାରତର ଭବିଷ୍ୟତ ନିମନ୍ତେ ଏଇ ଦୃଷ୍ଟାନ୍ତ ସବୁ ପ୍ରେରଣାର ଉତ୍ସ।

ମୋ ପ୍ରିୟ ଦେଶବାସୀ ଯୁଦ୍ଧ ସ୍ମାରକୀର ସ୍ୱାଧୀନତା ପରେ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିବାକୁ ଯାଉଛି। ଏ ସଂକ୍ରାନ୍ତରେ ଦେଶବାସୀ କୌତୂହଳୀ ହେବା ସ୍ୱାଭାବିକ। ନରେନ୍ଦ୍ର ମୋଦି ଆପ୍‌ରେ କର୍ଣ୍ଣାଟକର ଉଦୁପିବାସୀ ଶ୍ରୀ ଶଙ୍କର ଶେଟ୍ଟୀ ଜାତୀୟ ଯୁଦ୍ଧ ସ୍ମାରକୀ ଶେଷ ହେବାରୁ ଖୁସୀ ପ୍ରକାଶ କରିଛନ୍ତି। ଭାରତରେ ଜାତୀୟ ଯୁଦ୍ଧ ସ୍ମାରକୀ ନ ଥିବା କଥା ମତେ ବିସ୍ମିତ କରୁଥିଲା। ନୂଆଦିଲ୍ଲୀର କେନ୍ଦ୍ରସ୍ଥଳରେ ଇଣ୍ଡିଆ ଗେଟ୍‌ ଏବଂ ଅମର ଯବାନ ଜ୍ୟୋତି ନିକଟରେ ନିର୍ମିତ ଏହି ସ୍ମାରକୀ ଆସନ୍ତାକାଲି, ଫେବ୍ରୁଆରି ୨୫ ତାରିଖ ଦିନ କୋଟି କୋଟି ଭାରତୀୟ ଏହି ଜାତୀୟ ସୈନିକଙ୍କ ସ୍ମାରକୀକୁ ଆମ ସଶସ୍ତ୍ର ବଳଙ୍କ ପ୍ରତି ଉତ୍ସର୍ଗ କରିବେ।

‘ମନ୍‌କି ବାତ୍‌’ ଲାଗି ମୁଁ ଆପଣମାନଙ୍କ ନିକଟରୁ ପତ୍ର ଓ ମନ୍ତବ୍ୟ ପାଉଛି। ମୁଁ ଗୋଟିଏ ମନ୍ତବ୍ୟ ପଢ଼ିବା ବେଳେ ଅତିଶ ମୁଖପାଧ୍ୟାୟ ଲେଖି ମଜାଦାର କଥା ଦେଖିଲି। ସେ ୧୯୦୦ ମସିହା ମାର୍ଚ ୩ ତାରିଖ କଥା ଲେଖିଛନ୍ତି, ସେତେବେଳେ ତାଙ୍କୁ ୨୫ ବର୍ଷ ହୋଇଥିଲା ଓ ବ୍ରିଟିସ୍‌ ବିର୍ସା ମୁଣ୍ଡାଙ୍କୁ ଗିରଫ କଲା। ବିର୍ସା ମୁଣ୍ଡା ଏବଂ ଜାମସେତ୍‌ଜି ଟାଟା କେବଳ ଝାଡ଼ଖଣ୍ଡ ପାଇଁ ଗୌରବ ଓ ସମ୍ମାନ ଆଣି ନାହାନ୍ତି, ସମଗ୍ର ଦେଶ ପାଇଁ ଆଣିଥିଲେ। ସେମାନଙ୍କ ଅବଦାନ ପ୍ରତି ଦେଶ ବାସ୍ତବିକ କୃତଜ୍ଞ। ମାର୍ଚ ୩ ତାରିଖ ଜାମ୍‌ସେତ୍‌ଜୀଙ୍କ ଜନ୍ମଦିନ।

ପ୍ରିୟ ଦେଶବାସୀ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଫେବ୍ରୁଆରି ୨୯ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ। ସେ ଦିନ ୪ ବର୍ଷରେ ଥରେ ପଡ଼େ। ଜଣେ ସରଳ, ଶାନ୍ତିପ୍ରିୟ ବ୍ୟକ୍ତିତ୍ୱ ମୋରାରଜୀ ଭାଇ ଥିଲେ ଅନ୍ୟତମ ସବୁଠୁ ଶୃଙ୍ଖଳିତ ନେତା। ମୋରାରଜୀଙ୍କ ଅମଳରେ ୪୪ତମ ସମ୍ବିଧାନ ସଂଶୋଧନ ହୋଇଥିଲା। ସୁପ୍ରିମ୍‌ କୋର୍ଟର କ୍ଷମତାକୁ କାଣ୍ଟଛାଣ୍ଟ କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉଲ୍ଲଂଘନ କରୁଥିବା ବ୍ୟବସ୍ଥା ସବୁକୁ କଟିଥିବାରୁ ଏହି ସଂଶୋଧନ ଥିଲା ଗୁରୁତ୍ୱପୂର୍ଣ୍ଣ।

‘ଓଡ଼ିଶାର କେନାଲ ମାନବ’ ଦୈତାରୀ ନାୟକଙ୍କ କଥା ଆପଣ ଶୁଣିଥିବେ। ସେ ନିଜ ହାତରେ ତିନି କିଲୋମିଟର ପର୍ବତ କାଟି ତାଙ୍କ ଗାଅାଁକୁ କେନାଲ ଧାର ବୁହାଇ ଆଣିଛନ୍ତି। ଫଳରେ ଜଳସେଚନର ସମସ୍ୟା ସବୁଦିନ ଲାଗି ଶେଷ ହୋଇଛି। ଏଥିପାଇଁ ତାଙ୍କୁ ପଦ୍ମଶ୍ରୀ ମିଳିଛି। ନୂତନ ଭାରତରେ ତୃଣମୂଳ ସ୍ତରରେ କଠିନ କାର୍ଯ୍ୟ କରୁଥିବା ସାଧାରଣ ନାଗରିକଙ୍କୁ ବି ସମ୍ମାନ ଦେବାକୁ ଆମେ ଯତ୍ନବାନ।

ସମ୍ବନ୍ଧିତ ଖବର