ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ମାସିକିଆ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶର ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ, ସେମାନଙ୍କ ଅପୂର୍ବ ତ୍ୟାଗ ଓ ଦେଶପ୍ରେମ ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣାଦାୟୀ । ଚନ୍ଦ୍ରଶେଖର ଆଜାଦଙ୍କ ବୀରତ୍ୱ ଓ ନିଷ୍ଠା ଏବଂ ଲୋକମାନ୍ୟ ତିଳକଙ୍କ ସାମାଜିକ ଜାଗରଣ ପ୍ରସଙ୍ଗ ଉତ୍୍ଥାପନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତି ଓ ସଂପ୍ରଦାୟର ବନ୍ଧନକୁ ଛିନ୍ନ କରି ଦେଶକୁ ଆଗକୁ ବଢ଼ିବାକୁ ହେବ। ପ୍ରଧାନମନ୍ତ୍ରୀ କହିଥିଲେ ସେ ବ୍ରେନ୍-ଡ୍ରେନ୍କୁ ବ୍ରେନ୍୍ ଗେନ୍ରେ ପରିଣତ କରିବାକୁ ନିବେଦନ କରିଥିଲେ। ରାୟବରେଲିର ଦୁଇଜଣ ଆଇଟି ପ୍ରଫେସନାଲ ଯୋଗେଶ ସାହୁ ଏବଂ ରଜନୀଶ ବାଜପେୟୀ ଏହି ଆହ୍ଵାନକୁ ସ୍ୱୀକାର କରି ଅଭିନବ ପ୍ରୟାସ କରିଛନ୍ତି ଏବଂ ସ୍ମାର୍ଟ ଗ୍ରାମ ପ୍ରସ୍ତୁତ କରିଛନ୍ତି। ସେମାନେ ନିଜର ନିଷ୍ଠା ଓ ସଂକଳ୍ପ ଯୋଗୁଁ ସାଧାରଣ ଜନତାଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ସକ୍ଷମ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମଧ୍ୟପ୍ରଦେଶର ଏକ ଅତ୍ୟନ୍ତ ଗରିବ ପରିବାରର ଜଣେ ଛାତ୍ର ଆଶାରାମ ଚୌଧୁରୀ ଜୀବନର ଜଟିଳ ଚ୍ୟାଲେଂଜଗୁଡ଼ିକୁ ଅତିକ୍ରମ କରି କିଭଳି ସଫଳତା ହାସଲ କରିଛନ୍ତି ସେ ସଂପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଆଶାରାମ ଯୋଧପୁର ଏମ୍୍ସର ଏମ୍୍ବିବିଏସ୍ ପରୀକ୍ଷାରେ ଗୋଟିଏ ଥରରେ କୃତକାର୍ଯ୍ୟ ହୋଇଛନ୍ତି। ତାଙ୍କ ପିତା ରଦି ସାମଗ୍ରୀ ସଂଗ୍ରହ କରି ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ବିପରିତ ପରିସ୍ଥିତିରେ ସଂଘର୍ଷ କରି ସଫଳତା ହାସଲ କରବା ନିମନ୍ତେ ଏହା ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଛାତ୍ରମାନଙ୍କୁ ଉପଦେଶ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମନକୁ ଶାନ୍ତ ରଖି ଆଗକୁ ବଢ଼ିବାକୁ ହେବ ଏବଂ ସେମାନେ ବୁଝିବିଚାରି ସାଂଗ ଚୟନ କରିବାକୁ ପଡ଼ିବ। ଥାଇଲାଣ୍ଡ୍ର ଗୁମ୍ଫାରୁ ନାବାଳକ ଫୁଟବଲ୍ ଖେଳାଳିଙ୍କ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଧୈର୍ଯ୍ୟ ଏବଂ ଏକତାକୁ ପ୍ରଦର୍ଶିତ କରୁଛି।
ମନ୍ କୀ ବାତ୍: ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
/sambad/media/post_attachments/wp-content/uploads/2018/07/290718115603man_ki_bat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)