ନ୍ୟୁୟର୍କ: ଜଣେ ଆମେରିକୀୟ ଭାରତୀୟଙ୍କୁ ନିଜ ପୋଷ୍ୟକନ୍ୟାର ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ | ଏହି ହତ୍ୟାକାଣ୍ଡ ୨୦୧୭ ମସିହାରେ ହୋଇଥିଲା ଅଭିଯୁକ୍ତ ବେଶେଲ ମାଥୁୟୁ ବିହାରର ଏକ ଅନାଥାଶ୍ରମରୁ ପୋଷ୍ୟକନ୍ୟା ଗ୍ରହଣ କରିଥିଲେ | ତେବେ ଝିଅଟିର କ୍ଷତବିକ୍ଷତ ମୃତଦେହ ୨୦୧୭ ମସିହାରେ ମିଳିଥିଲା |
/sambad/media/post_attachments/wp-content/uploads/2019/02/DEATH9-300x224.jpg)
ଯାହାକୁ ନେଇ ବେଶେଲ କହିଥିଲେ ଯେ କ୍ଷୀର ପିଉଥିବାବେଳେ ଝିଅଟିର ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିଲା | କୋର୍ଟ ଏହି ଯୁକ୍ତିକୁ ମାନିନଥିଲେ | ବେଶେଲଙ୍କୁ ଏବେ ୩୦ ବର୍ଷର ଜେଲ ଦଣ୍ଡ ଶୁଣାଯାଇଛି | ମିଳିଥିବା ସୂଚନା ମୁତାବକ ବେଶେଲଙ୍କ ଘର କେରଳରେ ହୋଇଥିବାବେଳେ ସେ ଦୀର୍ଘଦିନ ଧରି ଆମେରିକାରେ ରହୁଥିଲେ |
୨୦୧୭ ମସିହା ୨ ଅକ୍ଟୋବରରେ ନିଜ ଝିଅର ହତ୍ୟା କରିଥିଲେ | ୨୦୧୬ ମସିହାରେ ନିଜ ପତ୍ନୀ ସିନି ମାଥୁୟୁ ଙ୍କ ସହ ବିହାରର ଏକ ଅନାଥାଶ୍ରମରୁ ଝିଅଟିକୁ ପୋଷ୍ୟକନ୍ୟା ଭାବେ ନେଇଥିଲେ | କୋର୍ଟ ଏହି ଦଣ୍ଡାଦେଶ ଦେଇ କହିଛନ୍ତି ଯେ ଝିଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ନିଜ ଲୋକେସନକୁ ବଦଳାଇଦେଇଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/jail-4.jpg)
