ସ୍ତ୍ରୀ, ୩ ଛୁଆଙ୍କୁ ହତ୍ୟା କରି ‌ଫେରାର

ନୂଆଦିଲ୍ଲୀ : ଗଜିଆବାଦ୍‌ର ଜଣେ ଚାକିରୀ ହରାଇଥିବା ଲୋକ ନିଜ ସ୍ତ୍ରୀ ଏବଂ ତିନି ଜଣ ଛୁଆଙ୍କୁ ହତ୍ୟା କରିବା ପରେ ଫରାର ଥିବା ପ୍ରକାଶ। ପୋଲିସର ସୂଚନା ଅନୁଯାୟୀ, ଜ୍ଞାନଖଣ୍ଡ ଅଂଚଳରେ ରହୁଥିବା ସୁମିତ କୁମାର ବେଙ୍ଗାଲୁରୁରେ ଚାକିରୀ କରୁଥିଲେ। ତେବେ ସେ ଚାକିରୀ ହରାଇବା ପରେ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିଲେ। ଏଭଳି ସ୍ଥିତିରେ ସେ ତାଙ୍କ ସ୍ତ୍ରୀ ଅସନୁ ଵାଲା(୩୨), ପୁଅ ପରମେଶ୍‌ (୫), ୪ ବର୍ଷର ଯାଆଁଳା ଝିଅ ଆକୃତି ଏବଂ ଅରୁକୁ କିଛି ତରଳ ପଦାର୍ଥରେ ନିଦ ବଟିକା ଦେଇ ହତ୍ୟା କରିଛନ୍ତି। ସେ ଫରାର ହେବା ଆଗରୁ ସେ ନିଜେ ମଧ୍ୟ ନିଜକୁ ହତ୍ୟା କରିବେ ବୋଲି ତାଙ୍କ ସମ୍ପର୍କୀୟ ଭାଇକୁ ଜଣାଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର