ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଭାଇରାଲ ହୋଇଯାଇଥାଏ। ଏମିତିରେ ଏକ ଭିଡିଓକୁ ଅଧିକରୁ ଅଧିକ ମାତ୍ରାରେ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଏଥିରେ ଜଣେ ସେନା ଯବାନଙ୍କ ପାରାସୁଟ ମଝି ଆକାଶରେ ହେଲିକପ୍ଟର ଲ୍ୟାଣ୍ଡିଂ ଷ୍ଟାଣ୍ଡରେ ଫସି ଯାଇଥିବା ଦେଖିବାକୁ ମିଳୁଛି। ଫଳରେ ସେନା ଜଣକ ପାରାସୁଟକୁ ଧରି ସେମିତି ଆକାଶରେ ଝୁଲି ରହିଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, ମାର୍ଚ୍ଚ ୧୮ରେ ରୁଷର ଜାବେକାଲସ୍କି କ୍ରାୟ ଅଞ୍ଚଳର କଶତକ ଗ୍ରାମରେ ଏହି ଘଟଣା ଘଟିଥିଲା। ଘଟଣାର ଭିଡିଓ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ମଝି ଆକାଶରେ ହେଲିକପ୍ଟରେ ସେନା ଯବାନଙ୍କ ପାରାସୁଟ ଫସି ଯିବା ଫଳରେ ସେ ସେମିତି ଝୁଲି ରହିଥିଲେ। ପାଇଲଟ ଏହା ଜାଣି ପାରି ଧୀରେଧୀରେ ସୁରକ୍ଷିତ ଅବସ୍ଥାରେ ହେଲିକପ୍ଟକୁ ତଳକୁ ଓହ୍ଲାଇ ଥିଲେ।
/sambad/media/post_attachments/1b57a269c2d4eb45fffd87627c6ace802e1d7933d2e549fd98e88263b4df78ad.jpg)
ଏତିକି ବେଳେ ମେକ୍ସିମ ଷ୍ଟେଫନୋବିଚ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଆକାଶ ମାର୍ଗରୁ କେହି ଜଣେ ଡାକ ଛାଡ଼ୁଥିବା ସେ ଶୁଣିବାକୁ ପାଇଥିଲେ। ଉପରକୁ ଚାହିଁଲା ବେଳକୁ ଜଣେ ବ୍ୟକ୍ତି ପାରାସୁଟ ସହିତ ହେଲିକପ୍ଟରେ ଝୁଲୁଥିବା ସେ ଦେଖିବାକୁ ପାଇଥିଲେ। ଆଉ ଏହାର ଭିଡିଓକୁ ସେ ନିଜ କ୍ୟାମେରାରେ କୈଦ କରି ଦେଇଥିଲେ। ଏନେଇ ସେ ତୁରନ୍ତ ସୂଚନା ପୁଲିସକୁ ବି ଦେଇଥିଲେ। ହେଲିକପ୍ଟରେ ଝୁଲୁଥିବା ବ୍ୟକ୍ତି ଜଣକ ଜଣେ ସେନା ଯବାନ ହୋଇଥିବାରୁ ସେନାକୁ ବି ଏହି ଖବର ଦିଆଯାଇଥିଲା। ପରେ ଏହି ଭିଡିଓ କ୍ଲିପକୁ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ତଳକୁ ଓହ୍ଲାଇବା ପରେ ଯବାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷାରୁ ଯବାନ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଥିଲେ।