ରେଳ ଷ୍ଟେସନରେ ଲେଡ଼ିଜ୍‌ କୋଚ୍‌ ବାହାରେ ଠିଆ ହୋଇ ଆପତ୍ତିଜନକ କାମ କରିବାକୁ ଲାଗିଲେ ଯୁବକ, ମହିଳା କରିଦେଲେ ଫେସ୍‌ବୁକ୍‌ ଲାଇଭ୍‌

କୋଲକାତା : ପଶ୍ଚମବଙ୍ଗରେ ଥିବା ଏକ ରେଳ ଷ୍ଟେସନରେ ଘଟିଥିବା ଘଟଣାର ଭିଡ଼ିଓ ଏବେ ଚର୍ଚ୍ଚାରେ । ଜଣେ ଯୁବକ ରେଳ ଷ୍ଟେସନ ଆସି ମହିଳା କୋଚ୍‌ ସାମ୍ନାରେ ଠିଆ ହେବା ସହ ଅଶ୍ଲୀଳ ଇଶାରା କରିଥିଲେ । କିଛି ସମୟ ପରେ ଟ୍ରେନରେ ବସିଥିବା ମହିଳାଙ୍କୁ ଦେଖି ଆପତ୍ତିଜନକ କାମ କରିବା ଆରମ୍ଭ କରିଥିଲା ଯୁବକ । ଏହା ଦେଖିବା ପରେ କିଛି ସମୟ ମଧ୍ୟରେ ଟ୍ରେନ ଚାଲିବା ଆରମ୍ଭ ହେବାକୁ ଥିବାରୁ କେହି କିଛି କହି ନ ଥିଲେ । କିନ୍ତୁ ଜଣେ ମହିଳା ନିଜର ଉପସ୍ଥିତ ବୁଦ୍ଧି ଖଟାଇ ପୂରା ଘଟଣାର ଫେସ୍‌ବୁକ୍‌ ଲାଇଭ୍‌ କରିଥିଲେ । ଏ ନେଇ ଖବର ପାଇ ରେଳ କର୍ମଚାରୀ ସେଠାରେ ପହଞ୍ଚିବା ବେଳକୁ ଯୁବକ ଜଣଙ୍କ ଘଟଣାସ୍ଥଳରୁ ଚାଲି ଯାଇଥିଲେ । ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଜିଆର୍‌ପି ଯୁବକଙ୍କୁ ପାଗଳ କହି ମାମଲାକୁ ଥଣ୍ଡା କରିବା ପାଇଁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି ।

oneindia.com

ସୂଚନା ମୁତାବକ,ପ୍ରଥମେ ୫୦ବର୍ଷିୟ ଯୁବକ ଜଣଙ୍କ ହାଓ୍ଵଡ଼ା ଯାଉଥିବା ଟ୍ରେନରେ ବସିଥିବା ମହିଳାଙ୍କୁ ଅଶ୍ଲୀଳ କମେଣ୍ଟ ମାରିବା ଆରମ୍ଭ କରିଥିଲେ । କିଛି ସମୟରେ କେହି କିଛି ନ କହିବାରୁ ସେ ଧିରେ ଧିରେ ଆପତ୍ତିଜନକ କାମ କରିବା ଆରମ୍ଭ କରିଥିଲେ । ଏହା ଦେଖି ଟ୍ରେନରେ ବସିଥିବା ଜଣେ ମହିଳା ପୂରା ଘଟଣାର ଫେସ୍‌ବୁକ୍‌ ଲାଇଭ୍‌ କରିଥିଲେ । ଲାଇଭ୍‌ ମଧ୍ୟାହ୍ନ ୧.୧୫ ସମୟରେ ହୋଇଥିବା ଦେଖିବାକୁ ମିଳିଛି । ଏହି ଲାଇଭ୍‌ ଭିଡ଼ିଓ କରିବା ସମୟରେ ସେ ଆଜିକାଲି ସମସ୍ତଙ୍କୁ ପ୍ରମାଣ ଦରକାର,ସେଥପାଇଁ ମୁଁ ଫେସ୍‌ବୁକ୍‌ ଲାଇଭ୍‌ କରିବା ପାଇଁ ନିଷ୍ପତ୍ତିି ନେଇ ବୋଲି କହୁଥିବାର ଦେଖା ଯାଇଥିଲା । ଏହା ପରେ ମହିଳାଙ୍କ ସାହାସକୁ ଦେଖି କୋଚ୍‌ରେ ଥିବା ଅନ୍ୟ ମହିଳା ମଧ୍ୟ ଆନ୍ଦୋଳନ କରିବା ସହ ରେଳ କର୍ମଚାରୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଲାଇଭ୍‌ କରିଥିବା ମହିଳାଙ୍କ ଅଭିଯୋଗ ଅନୁଯାୟୀ ଯୁବକ ଜଣକ ରେଳ ପୁଲିସ ଅଫିସର ଅତି ନିକଟରେ ଠିଆ ହୋଇ ଏଭଳି କାମ କରିଥିଲେ । କିନ୍ତୁ ପୁଲିସ କିିିଛି ପଦକ୍ଷପ ନେଇ ନଥିଲା ।

ସମ୍ବନ୍ଧିତ ଖବର